OnaKhabar

ଶେଷରେ ଭୁଦାନ ମୁର୍ମୁଙ୍କୁ ମିଳିଲା ଆଶ୍ୱସ୍ଥି, ଇସ୍ତଫା ପତ୍ର ଗୃହୀତ, ଦେଖନ୍ତୁ ଏହି ଭିଡିଓରେ..

0 15

ଭୁବନେଶ୍ୱର: ଶେଷରେ ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ମିଳିଲା ଆଶ୍ୱସ୍ଥି | ଆଜି ରାଜ୍ୟ ସରକାର ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି | ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଉଲ୍ଲେଖନୀୟ, ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୂଦାନ ମୁର୍ମୁ ଡାକ୍ତର ଥିଲେ | ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ । ହେଲେ ବୁଧବାର ଅର୍ଥାତ୍ ଗତକାଲି ଦିନ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରି ନଥିଲେ । ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଓ ଏଥିପାଇଁ ଆସନ୍ତ ୯ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଇସ୍ତଫାପତ୍ର ଗୃହୀତ ହେଉ ନଥିବା ଯୋଗୁ ଗତକାଲି ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିକଟରେ ଏ ବିଷୟରେ ଫେରାଦ ହେବା ସହିତ ଦିନ ତମାମ ଧାରଣା ଦେଇଥିଲେ । ଆଜି ମଧ୍ୟ ଡାକ୍ତର ଭୂଦାନ ମୁର୍ମୁ ଓ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଥିଲେ । ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଡାକ୍ତରୀ ପେଶାରେ ସେ କେବଳ ରୋଗୀମାନଙ୍କ ସେବା କରି ପାରୁଥିଲେ । ରାଜନୀତିକୁ ଆସିବା ପରେ ସମାଜର ସାମୂହିକ ସେବା କରିବାକୁ ସୁଯୋଗ ପାଇବେ । ସେଥିପାଇଁ ସେ ରାଜନୀତିର ମୁହାଁ ହୋଇଛନ୍ତି |

https://www.onakhabar.com/bhudan-murmu-and-bjp-deligates-at-naveen-nivas/

Leave A Reply

Your email address will not be published.