OnaKhabar

ଟ୍ରକ ଚକ ତଳେ ମହିଳାଙ୍କ ପ୍ରାଣ ଗଲା

0 20

ରାଉରକେଲା : ମହିଳାଙ୍କ ଉପରେ ମାଡିଗଲା ଦଶ ଚକିଆ ଟ୍ରକ୍ । ଫଳରେ ଟ୍ରକ ଚକ ତଳେ ମହିଳାଙ୍କ ପ୍ରାଣ ଚାଲିଯାଇଛି | ଘଟଣା ଘଟିଛି ରାଉରକେଲା ପାନପୋଷ ହକି ଛକ ନିକଟରେ | ହକି ଛକରୁ ପାନପୋଷ ଆଡକୁ ଚାଲିକି ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ମୃତଦେହ ଜବତ କରି ରଘୁନାଥପାଲ୍ଲୀ ପୋଲିସର ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/head-on-collision-between-trucks-in-angul/

Leave A Reply

Your email address will not be published.