OnaKhabar

ଜାନକୀଙ୍କ ପୁଅ ନିର୍ବାଚନ ଲଢିବାକୁ ମନା କଲେ, ପିସିସି ସଭାପତି କଲେ ଘୋଷଣା, ଦେଖନ୍ତୁ ଏହି ଭିଡିଓରେ..

0 14

ଭୁବନେଶ୍ୱର: ପୂର୍ବତନ ମୁଖମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଳ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ଏଥର ବିଧାନସଭା ନିର୍ବାଚନ ପାଇଁ ବେଗୁନିଆରୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ନିର୍ବପାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଏ ସମ୍ପର୍କରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଫଳରେ ଏଠାରେ ନୀଆ ପ୍ରାର୍ଥୀ ଦେବ । ଏ ଘଟଣା ବି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।ଷେଯଉଁଥିରେ ପୃଥ୍ୱୀବଲ୍ଲଭଙ୍କ ନାଁ ପ୍ରକାଶ ପାଇଥିଲା । ଆଜି ସକାଳୁ ଗଣମାଧ୍ୟମରେ ପୃଥ୍ୱୀବଲ୍ଲଭଙ୍କ ପ୍ରାର୍ଥୀ ହେବା ଖବର ପାଇବାର କିଛି ଘଣ୍ଟା ପରେ ସେ ପ୍ରାର୍ଥୀ ହେବାକୁ ମନା କରୁଥିବା ଖବର ଆସିଛି ।
ପୃଥ୍ୱୀବଲ୍ଲଭ ଏଥର ପ୍ରାର୍ଥୀ ହେବା ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ । ବେଗୁନିଆ ହେଉଛି ତାଙ୍କ ପିତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ । ଏଣୁ ସେ ବାପାଙ୍କ ସହଯୋଗୀ ଓ କର୍ମୀମାନଙ୍କୁ ଏକାଠି କରିବାରେ ଲାଗିଥିଲେ । ସେ ନିର୍ବାଚନ ଲଢିବା ଆଗ୍ରହୀ ଥାବା ମଧ୍ୟ କହିଥିଲେ । ହେଲେ ପରେ ପିସିସି ସଭାପତି ସୂଚନା ଦେଇଥିଲେ ଯେ ସେ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ନାହାନ୍ତି । ଏହା ସତ୍ତେ୍ୱ କଂଗ୍ରେସ ତାଲିକାରେ ତାଙ୍କ ନାଁ ପ୍ରକାଶ ପାଇଥିଲା । ଏବେ ସେ ମନା କରୁଥିବା କୁହାଯାଉଛି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି କଂଗ୍ରେସ ଏଠାରେ ବେଗୁନିଆର ଦଳୀୟ ନେତା କୈଳାଶ ମହାପାତ୍ରଙ୍କ ପୁଅକୁ ପ୍ରାର୍ଥୀ କରୁଛି ନାଁ ଆମ ଓଡିଶାର ନେତା ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା ।

https://www.onakhabar.com/congress-candidate-list-2/

Leave A Reply

Your email address will not be published.