OnaKhabar

ଫଳ ଓ ପରିବା ଚୋପା ଫୋପାଡି ଦେଉଛନ୍ତି କି, ଜାଣି ରଖନ୍ତୁ କଣ ରହିଛି ଉପକାରିତା..

0 20

ଭୁବନେଶ୍ୱର: ଆମେ ଫଳ ବା ପରିବା କାଟିଥାଉ ସେତେବେଳେ ଆମେ ଚୋପାଗୁଡ଼ିକୁ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାର ସବୁ ଅଂଶ ଆମ କାମରେ ଆସିଥାଏ । ଆମେ କିଛି ଫଳ ବା ପନିପରିବାର ଚୋପାରେ ଥିବା ଦରକାରୀ ପଦାର୍ଥ ବିଷୟରେ ଜଣାଇବାକୁ ଯାଉଛୁ । ଯାହାକୁ ଜାଣି ସାରିଲା ପରେ ଆପଣ ଚୋପାଗୁଡ଼ିକୁ ଫୋପାଡ଼ିବା କଥା ଭାବିବେ ନାହିଁ । ତେବେ ଜାଣିରଖନ୍ତୁ କେଉଁ ଚୋପାରେ କ’ଣ ସବୁ ଗୁଣ ରହିଛି।
1.କମଳା ଚୋପା- କମଳା ଚୋପାରେ ଭିଟାମିନ୍‌ ସି ଭରପୁର ରହିଛି । ଏହା ମଧ୍ୟ ଭଲ ବାସ୍ନା ହୋଇଥାଏ । ଖରାଦିନେ ହେଉ ବା ଅନ୍ୟ ଦିନମାନଙ୍କର ଜୋତାରୁ ସବୁବେଳେ ଦୁର୍ଗନ୍ଧ ବାହାରିଥାଏ । ଏଥିପାଇଁ ଆମେ ବହୁତ ବିରକ୍ତ ମଧ୍ୟ ହେଉ । ତେବେ ଆପଣ ଯଦି ପ୍ରତିଦିନ କମଳା ଖାଇ ତାର ଚୋପାକୁ ଫୋପାଡ଼ି ଦେଉଛନ୍ତି । ତାହାଲେ ଏବେ ସେଗୁଡ଼ିକୁ ନ ଫୋପାଡ଼ି ରାତିରେ ଜୋତା ଭିତରେ କମଳା ଚୋପାକୁ ରଖି ଦିଅନ୍ତୁ । ତା’ପର ଦିନ ଚୋପାକୁ କାଢ଼ି ଜୋତା ପିନ୍ଧନ୍ତୁ । ଏହିପରି କଲେ ଆପଣଙ୍କ ଜୋତାରୁ ବାହାରୁଥିବା ଦୁର୍ଗନ୍ଧ କମ୍‌ ହେବା ସହ ଆପଣଙ୍କୁ ଫ୍ରେସ୍‌ ଲାଗିବ ।
ଏହା ପରେ ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ବାହାରୁଛି ତାହାଲେ ଆପଣ କମଳା ଚୋପାକୁ ପାଣିରେ ଫୁଟାଇ ଦିଅନ୍ତୁ । ଉଷୁମ ଥିବା ପାଣିରେ ଆପଣଙ୍କ ପାଦ ବୁଡ଼ାଇ ରଖନ୍ତୁ । ଏହିପରି ସପ୍ତାହରେ ୨ରୁ ୩ ଥର କଲେ ପାଦରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ |
2.ଲେମ୍ବୁ ଚୋପା- ଲେମ୍ବୁ ଚୋପାକୁ ଶୁଖାଇ ଦିଅନ୍ତୁ । ଆଉ କଞ୍ଚା କଳଦୀର ଚୋପା ଛଡ଼ାଇ କଦଳୀକୁ ଛୋଟ ଛୋଟ କାଟି ଶୁଖାଇ ଦିଅନ୍ତୁ । ଏହା ଶୁଖି ସାରିଲା ପରେ ସେଗୁଡ଼ିକୁ ଭଲରେ ଗ୍ରାଇଣ୍ଡ କରି ପାଉଡର୍‌ ପ୍ରସ୍ତୁତ କରିନିଅନ୍ତୁ । ଏହା ଆପଣଙ୍କୁ ଡାଇରିଆରୁ ମୁକ୍ତି ଦେଇ ପାରିବ । ପ୍ରତି ଦୁଇ ଘଣ୍ଟାର ବ୍ୟବଧାନରେ ଗୋଟେ ଚାମଚ ଏହି ପାଉଡର୍‌କୁ ଖାଆନ୍ତୁ । ଏହା ଆପଣଙ୍କୁ ନିଶ୍ଚୟ ଫାଇଦା ଦେବ ।
3.ଡାଳିମ୍ବ ଚୋପା- ଦାନ୍ତ ବିନ୍ଧା ପାଇଁ ଆମେ ଅନେକ ପ୍ରକାର ଘରୋଇ ଉପଚାର କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ଚୋପା ମଧ୍ୟ ଆପଣଙ୍କ ଦାନ୍ତର ଅନେକ ସମସ୍ୟାକୁ ସମାଧାନ କରିଥାଏ । ତେବେ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ଛୋଟ ଛୋଟ କାଟି ଗ୍ରାଇଣ୍ଡ କରି ଦିଅନ୍ତୁ । ଏହା ପରେ ସେହି ପାଣିକୁ କୁଳି କରନ୍ତୁ । ଆପଣଙ୍କ ଦାନ୍ତ ସମସ୍ୟାରୁ ଏହା ମୁକ୍ତି ଦେବ । ଆହୁରି ମଧ୍ୟ ଏହା ଆପଣଙ୍କ ଦାନ୍ତ ମୂଳ ସଂକ୍ରମଣରୁ ଆରାମ ଦେବ ।
4.ଆଳୁ ଚୋପା- ଆଳୁ ପ୍ରାୟ ଆମ ଘରେ ସବୁବେଳେ ବ୍ୟବହାର ହୋଇଥାଏ । ଆପଣ ମଧ୍ୟ ଆଳୁ ଚୋପାକୁ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ । ଆପଣ ଆଳୁ ଚୋପାକୁ ମୁହଁରେ ଲଗାଇ ଘଷନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ଦାଗ ଦୂର କରିବା ସହ ତ୍ୱଚା ଉଜ୍ୱଳ କରିବ । ଏହାକୁ ବ୍ୟବହାର କରିବାର ୧୫ଦିନ ପରେ ଆପଣ ଫରକ୍‌ ଦେଖିପାରିବେ ।
ଏହାକୁ ଆପଣ କେଶରେ ମଧ୍ୟ ଉପଯୋଗ କରିପାରିବେ । ଆଳୁ ଚୋପାକୁ ଆପଣ ଛୋଟ ଛୋଟ କରି କାଟି ଶୁଖାଇ ଦିଅନ୍ତୁ । ଏହା ପରେ ତାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ ନଡ଼ିଆ ତେଲରେ ମିଶାଣ ୫ ଦିନ ଯାଏ ରଖନ୍ତୁ । ଏହା ପରେ ଆପଣ ସେହି ତେଲକୁ ଅଳ୍ପ ଗରମ କରିଦିଅନ୍ତୁ । ଏହାକୁ ଆପଣ କେଶ ମୂଳରେ ମାଲିସ୍‌ କଲେ କେଶ କଳା ଦେଖାଯିବା ସହ ଘନ ହୋଇଥାଏ ।

 

Leave A Reply

Your email address will not be published.