OnaKhabar

ପୁଣି ସଡକ ଦୁର୍ଘଟଣା, ଜଣେ ମୃତ ତିନି ଆହତ

54

କେନ୍ଦ୍ରାପଡ଼ା: ଗଲା କିଛି ଦିନ ହେଲା ରାଜ୍ୟରେ ଦୁର୍ଘଟଣାର ସଂଖ୍ୟା ଏତେ ମାତ୍ରାରେ ବଢୁଛି ଯାହାକୁ ଅନୁମାନ କରିବା ଅସମ୍ଭବ ହୋଇପାଡୁଛି | ତେବେ ଆଜି ଚାନ୍ଦବାଲରେ ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ଟିକରପଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି | ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିକରପଙ୍ଗାର ଗୋଲକ ମହାନ୍ତି । ସେପଟେ ଗୁରୁତର ଆହତଙ୍କୁ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏକ ଟାଟା ମ୍ୟାଜିକ୍‌ ଗାଡ଼ି ଜାତୀୟ ରାଜପଥରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଟିକରପଙ୍ଗା ନିକଟରେ ଏକ ୧୦ ଚକିଆ ଟ୍ରକ୍ ଏହାକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳର ହିଁ ଗୋଲକଙ୍କ ମୃତ୍ୟୁ ଘଟିଥିଲା । ତେବେ ଏପରି ମର୍ମନ୍ତୁଦ ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ |

https://www.onakhabar.com/one-laberour-dead-in-road-accident/