OnaKhabar

ଘରେ ପ୍ରସ୍ତୁତ କରନ୍ତୁ ଚିଲି ପଣସ…

0 15

ଭୁବନେଶ୍ୱର: ବଜାରରେ ଏବେ ପଣସ କଠା ଭରପୁର ମିଳୁଛି । ସାଧାରଣତଃ ପଣସ ଖରା ଦିନେ ଏହା ବହୁଳ ଭାବେ ମିଳିଥାଏ । ତେଣୁ ଏହି ସମୟରେ ପଣସକଠା ଖାଇବାକୁ ଭଲ ଲାଗିଥାଏ | ୟଏହାକୁ ଆମେ ଘରେ ତରକାରୀ କରି ଖାଇଥାଉ । ତେବେ କେବେ ଆପଣ ପଣସକୁ କେବେ ଚିଲି ପଣସ କରି ପ୍ରସ୍ତୁତ କରିଛନ୍ତି କି | ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ…
ଆବଶ୍ୟକ ସାମଗ୍ରୀ..
ପଣସ କଠା, କର୍ଣ୍ଣଫ୍ଲୋର୍‌, ଲୁଣ, ଅଦା ରସୁଣ ପେଷ୍ଟ, ଚିଲି ସସ୍‌, ସୋୟା ସସ୍‌, ଟମାଟୋ ସସ୍‌, ତେଲ, ଛୋଟ ଛୋଟ କଟା ହୋଇଥିବା ରସୁଣ, ଅଦା, କଞ୍ଚାଲଙ୍କା, ବନ୍ଧା କୋବି, କ୍ରାପ୍‌ସିକମ୍‌, ପିଆଜ, ଶୁଖିଲା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ,ଏବଂ ଲେମ୍ବୁ କିମ୍ବା ଭିନେଗାର ।
ପ୍ରସ୍ତୁତି ପ୍ରଣାଳୀ..
ପ୍ରଥମେ ଏକ ପାତ୍ରରେ ସିଝା ପଣସକଠା ନେଇ ସେଥିରେ କର୍ଣ୍ଣଫ୍ଲୋର୍‌, ସ୍ୱାଦ ଅନୁସାରେ ଲୁଣ, ଗୋଟେ ଚାମଚ ଅଦା ରସୁଣ ପେଷ୍ଟ, ଚିଲି ସସ୍‌, ସୋୟା ସସ୍‌, ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଏହାକୁ ଆପଣ ଚକଟିବେ ନାହିଁ ଏବଂ ଏଥିରେ ପାଣି ଦେବେ ନାହିଁ । ଏବେ ଗ୍ୟାସ୍‌ରେ କଡେଇ ବସାଇ ସେଗୁଡ଼ିକୁ ଛାଣନ୍ତୁ । ଆପଣ ଏହିଠାରେ ଅଧିକା ତେଲ ଦେଇ ଡିପ୍‌ ଫ୍ରାଏ କରିପାରିବେ । ଏହିପରି ସବୁ ପଣସ କଠାକୁ ଛାଣି ଏକ ପାତ୍ରରେ ରଖନ୍ତୁ ।
ଏହା ପରେ ସେହି ଗରମ ହୋଇଥିବା କଡେଇରେ ଛୋଟ ଛୋଟ କଟା ହୋଇଥିବା ରସୁଣ, ଅଦା, କଞ୍ଚାଲଙ୍କା, ବନ୍ଧା କୋବି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ସେଥିରେ କ୍ୟାପସିକମ୍‌, ପିଆଜ ଶୁଖିଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ । ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ସୋୟା ସସ୍‌, ଗୋଟେ ବଡ଼ ଚାମଚ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ସେଥିରେ ଛଣା ହୋଇଥିବା ପଣସ କଠା ପକାଇ ଆଉ ଥରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହା ପରେ ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ପକାଇ ଅଳ୍ପ ସମୟ ଭାଜନ୍ତୁ । କିଛି ସମୟ ଭାଜିଲା ପରେ ପ୍ରସ୍ତୁତ ହୋଇଯିବ ଚଟ୍‌ପଟା ପଣସକଠା ଚିଲି । ନିଜେ ଖାଆନ୍ତୁ ଓ ଅନ୍ୟକୁ ପରସନ୍ତୁ |

https://www.onakhabar.com/bad-symptom/

Leave A Reply

Your email address will not be published.