OnaKhabar

ଜୋତା ପିନ୍ଧି ପାଦରେ ଫୋଟକା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ….

71

ଭୁବନେଶ୍ୱର: ଖରା ସମୟରେ ଅନେକ ସମୟରେ ଆମକୁ ଜୋତା ପିନ୍ଧିବାକୁ ଅସଞ୍ଜତ ଲାଗେ | ଖରା ପାଦ ଝାଳେଇବା ସହ ଅଧିକରୁ ଅଧିକ ଗରମ ମଧ୍ୟ ଲାଗିଥାଏ | ତେବେ ଏହି ଦିନରେ ଅଧିକ ଟାଇଟ୍ ଜୋତା ପିନ୍ଧିବା ଦ୍ୱାରା ପ୍ରାୟ ଲୋକଙ୍କ ପାଦରେ ଫୋଟକା ହୋଇଯାଏ । ଫୋଟକା ହୋଇଯିବା ଦ୍ୱାରା ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ । ବେଳେବେଳେ ଫୋଟକା ଫାଟି ସଂକ୍ରମଣ ହୋଇଯାଏ । ପାଦର ଫୋଟକା ଭଲ କରିବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେବା ସହ ଅନେକ ଔଷଧ ବ୍ୟବହାର କରିଥାଉ ସ| କିନ୍ତୁ କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ପାଦର ଫୋଟକାକୁ ଠିକ୍ କରିହେବ । ଆସନ୍ତୁ ଜାଣିବା ସେସବୁ କ‘ଣ ।
ଘିକୁଆଁରୀ: ଯଦି ଆପଣଙ୍କ ପାଦ ଫୋଟକା ହୋଇ ଚପଲ ପିନ୍ଧିବା ଓ ଚାଲିବାରେ ଅସୁବିଧା ହେଉଛି ତେବେ ସେହି ସ୍ଥାନରେ ଘିକୁଆଁରୀ ରସ କିମ୍ବା ଜେଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ଶୁଖିଲା ପ​‌ରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି । ଏହା ପାଦର ଫୋଟକା ଭଲ କରିବା ସହ ଜଳାପୋଡ଼ା ସମସ୍ୟାରୁ ମୁକ୍ତି ଦେଇଥାଏ । ଦିନକୁ ଦୁଇଥର ଘିକୁଆଁରୀ ତେଲ କିମ୍ବା ଜେଲକୁ ପାଦରେ ଲଗାଇଲେ ଏହା ଶୀଘ୍ର ଭଲ ହୋଇଯିବ ।
ଗ୍ରୀନଟି: ଗ୍ରୀନ ଟିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ପ୍ରଚୁର ପରିମାଣରେ ରହିଛି। ଏହା ପାଦ ଫୋଟକାର କଷ୍ଟ ଓ ଫୁଲାକୁ କମାଇଥାଏ । ତେଣୁ ଗ୍ରୀନ ଟି ବ୍ୟାଗକୁ ଗରମପାଣିରେ ବୁଡ଼ାଇ କିଛି ସମୟ ପରେ ବାହାର କରି ଦିଅନ୍ତୁ। ତାପରେ ସେଥିରେ ଅଳ୍ପ ବେକିଂ ସୋଡ଼ା ପକାନ୍ତୁ । ଥଣ୍ଡା ହେବା ପରେ ଟି ବ୍ୟାଗକୁ ଫୋଟକା ଉପରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ବେକିଂ ସୋଡାରେ ଆଣ୍ଟିସେପ୍ଟିକ୍ ଗୁଣ ରହିଥିବାରୁ ତାହା ସଂକ୍ରମଣ ହେବାରୁ ରକ୍ଷା କରିଥାଏ ।
ଜଡ଼ା ତେଲ: ବେଳେ ବେଳେ ଦେଖାଯାଏ ଯେ, ପାଦରେ ଫୋଟକା ହୋଇ କିଛି ଦିନ ରହିଯିବାରୁ ତାହା ଧୀରେ ଧୀରେ ଟାଣ ହୋଇଯାଏ । ଫଳରେ ଏହା କୁଣ୍ଡାଇ ହୁଏ । ଏହାକୁ ଦୂର କରିବା ପାଇଁ ରାତିରେ ଫୋଟକା ହୋଇଥିବା ସ୍ଥାନରେ ଜଡ଼ା ତେଲ ଲଗାଇ ଦିଅନ୍ତୁ । ଏଥିରୁ ଉପଶମ ମିଳିବ। ସପ୍ତାହକୁ ୨ରୁ ୩ଥର ଏପରି କଲେ ଭଲ । ସୋରିଷ ତେଲ, ପେଟ୍ରୋଲିୟମ ଜେଲି ଆଦି ଫୋଟକାରେ ଲଗାଇବା ଦ୍ୱାରା ସେଥିରୁ ଉପଶମ ମିଳିଥାଏ ।

https://www.onakhabar.com/enter-curd-on-your-daily-menu/