OnaKhabar

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା, ବିଜୟଙ୍କୁ ପାଟକୁରା

0 16

ଭୁବନେଶ୍ୱର: ବିଜେପି ଆଜି ପୁଣି କିଛି ବିଧାନସଭା ଆସନ ପାଇଁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩ ଲୋକସଭା ଆସନ ପାଇଁ ମଧ୍ୟ ତାଲିକା ପ୍ରକାଶ କରାଯାଇଛି । ୧୧ ବିଧାନସଭା ଆସନରୁ ଦଳକୁ ପୁଣି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରାରୁ ସ୍ଥାନ ଦିଆଯାଇଥିଲା ବେଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୁରୀର ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କୁ ଓ ବିଜେଡି ଛାଡ଼ି ଯୋଗଦେଇଥିବା ବିଧାୟକ ଶ୍ରୀକାନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ବିଜୟ ଏଥର ତାଙ୍କ ନିର୍ବାଚନମଣ୍ଡଳୀ ବଦଳାଇଛନ୍ତି । ମହାକାଳପଡ଼ା ବଦଳରେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାଟକୁରାକୁ ସେ ଆପଣାଇଛନ୍ତି ।

ଲୋକସଭା

ମୟୂରଭଂଜନ- ଇଂ. ବିଶ୍ୱେଶ୍ୱର ଟୀଡୁ
ଭଦ୍ରକ- ଅଭିମନ୍ୟୁ ସେଠୀ
ଯାଜପୁର-ଅମୀୟ ମଲ୍ଲିକ

ବିଧାନସଭା

ପାଟକୁରା- ବିଜୟ ମହାପାତ୍ର
ମହାକାଳପଡ଼ା- ବିଜୟ ପ୍ରଧାନ
ଭୁବନେଶ୍ୱର-ଉତ୍ତର- ଅପରାଜିତା ମହାନ୍ତି
ଆଠଗଡ଼-ବ୍ରଜେନ୍ଦ୍ର ରାୟ
ପୁରୀ- ଜୟନ୍ତ ଷଡ଼ଙ୍ଗୀ
ରାଇରଙ୍ଗପୁର- ନବ ଚରଣ ମାଝି
ନିଳଗୀରି- ସୁକାନ୍ତ ନାୟକ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ବାଙ୍କୀ-ଶୁଭ୍ରାଂଶୁ ଶେଖର ପାଢ଼ୀ
ଆନନ୍ଦପୁର- ଆଲୋକ ସେଠୀ

https://www.onakhabar.com/bjp-candidate-list-declared/

Leave A Reply

Your email address will not be published.