OnaKhabar

ଆଉ କିଛି ଆସନରେ ବିଜେଡିର ତାଲିକା ଘୋଷଣା, ବାଦ୍ ପଡିଲେ ମନ୍ତ୍ରୀ ଶଶିଭୂଷଣ, ବରିଷ୍ଠ ବିଧାୟକ ଦେବାଶିଷ

0 27

ଭୁବନେଶ୍ୱର: ବିଜେଡି ଆଜି ଆଉ କିଛି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ଲୋକସଭା ଓ ୧୦ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛି । ଏଥିରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଦର୍ପୁଣି ଆସ୍ଥା ପ୍ରକଟ କରିଛି । କିନ୍ତୁ ମୁଖୟମନ୍ତ୍ରୀ ତାଙ୍କ କ୍ୟାବିନେଟ ସହଯୋଗୀ ଅର୍ଥ, କୃଷି ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଏଥର ନିର୍ବାଚନ ଲଢିବାରୁ ଦୂରେଇ ରଖା ଯାଇଚି । ତାଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲୀଙ୍କୁ ନବୀନ ପୁଣି ବିଶ୍ୱାସକୁ ନେଇ ପ୍ରାର୍ଥୀ କରିଛନ୍ତି । ବରିଷ୍ଠ ବିଧାୟକ ଦେବାଶିଷ ନାୟକଙ୍କୁ ଏଥର ବାଦ ଦିଆଯାଇଛି । ତାଙ୍କ ବରୀ ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆ ପଠାଯାଇଛି ଓ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିଲିକା ପଠାଯାଇଚି । ମୋରଡାରେ ଦଳର ବିଧାୟକ ପ୍ରବୀଣ ଭଞ୍ଜଦେବଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯାଇଛି । ଆଉ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ବାକି ରହିଛି ।

ଲୋକସଭା

କଟକ – ଭର୍ତ୍ତୃହରି ମହତାବ

ବିଧାନସଭା

ଚିଲିକା- ପ୍ରଶାନ୍ତ ଜଗଦ୍ଦେବ
ଜୟଦେବ- ଅରବିନ୍ଦ ଢାଲି
ବେଗୁନିଆ- ରାଜେନ୍ଦ୍ର ସାହୁ
ଖୋର୍ଦ୍ଧା- ଜ୍ୟୋତିରେନ୍ଦ୍ର ନାଥ ମିତ୍ର
ରାଇରଙ୍ଗପୁର-ବାସନ୍ତି ମରାଣ୍ଡି
ଦେବଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ମୋରଡା- ରାଜକିଶୋର ଦାଶ
ବରି- ସୁନନ୍ଦା ଦାସ
ବସ୍ତା- ନିତ୍ୟାନନ୍ଦ ସାହୁ

https://www.onakhabar.com/bjd-may-be-changed-bhadrak-and-patkura-candidate/

Leave A Reply

Your email address will not be published.