OnaKhabar

ଲୁଣ ପାଣିରେ ଗାଧାନ୍ତୁ ଅନେକ ରୋଗରୁ ମୁକ୍ତି ପାଆନ୍ତୁ….

55

ଭୁବନେଶ୍ୱର: ଲୁଣ ଏପରି ଏକ ପଦର୍ଥ ଯାହା ଖାଦ୍ୟରେ ନ ମିଶିଲେ ଖାଦ୍ୟର ମୂଲ୍ୟ କିଛି ରହେ ନାହିଁ | ତେଣୁ ଖାଦ୍ୟ ପାଇଁ ଲୁଣି ଯେତିକି ଦରକାର ଆମ ଶରୀର ପାଇଁ ମଧ୍ୟ ସେତିକି ଦରକାର ହୋଇଥାଏ | ତେବେ ଆପଣ ଜାଣନ୍ତି କି ଲୁଣକୁ ଗାଧୋଉଥିବା ବେଳେ ବ୍ୟବହାର କଲେ କେତେ ପ୍ରକାରର ଉପକାରପ ମିଳିଥାଏ | ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ଉପକାର ମିଳିଥାଏ |
୧.ଥଣ୍ଡା ବା ଜ୍ୱର ହେଲେ ଲୋକମାନେ ଔଷଧ ଖାଇ ଏହାକୁ ଭଲ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆପଣ ନିଜର ଜ୍ୱର ବା ଥଣ୍ଡାକୁ ଭଲ କରିବା ପାଇଁ ଲୁଣ ମିଶା ପାଣିକୁ ବ୍ୟବହାର କରି ପାରିବେ । ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ ।
୨.ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇଯିବ । କାରଣ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା କ୍ୟାଲ୍‌ସିୟମର ଅଭାବ ଦୂର ହୋଇଥାଏ ।
୩.ଖରାଦିନେ ଶରୀରର ଜଳାପୋଡ଼ା ହେବା ସହ କୁଣ୍ଡାଇ ହେବା ସମସ୍ୟା ଦେଖା ଯାଇଥାଏ । ଏ ସମସ୍ୟା ଥିଲେ, କୌଣସି ପ୍ରକାରର କ୍ରିମ୍‌ ବା ଲୋଶନ ବ୍ୟବହାର କରିବା ପରିବର୍ତ୍ତେ ଲୁଣ ମିଶା ଉଷୁମ ପାଣିରେ ଗାଧାନ୍ତୁ । ଦେଖିବେ ସଙ୍ଗେସଙ୍ଗେ ଉପକାର ପାଇ ପାରିବେ |

https://www.onakhabar.com/foot-blister/