OnaKhabar

ବଡଭାଇର ତୀର ମାଡରେ ସାନଭାଇ ଗୁରୁତର

58

ଆନନ୍ଦପୁର : ବଡଭାଇର ତୀର ମାଡରେ ସାନଭାଇ ଗୁରୁତର ହୋଇପଡିଛି | ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଦୁଡୁଗାଁରେ | ପାରିବାରିକ କଳହକୁ କେନ୍ଦ୍ରକରି ବଡ ଭାଇର ତୀର ମାଡରେ ସାନଭାଇ ଗୁରୁତର ହୋଇଛନ୍ତି । ଗୁରୁତର ସାନଭାଇ ମୁନା ବହେରାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ସୁର ବହେରାଙ୍କ ମଝିଆ ପୁଅ ରାଜୁ ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ପ୍ରଥମେ ବାପା ସୁରଙ୍କ ସହ ଝଗଡା କରିଥିଲେ । ଏପରିକି ବାପାକୁ ମାଡ ମଧ୍ୟ ମାରିଥିଲେ । ଏହାର ପ୍ରତିବାଦ କରିଥିଲେ ସାନ ପୁଅ ମୁନା । ଫଳରେ ରାଜୁ ଓ ମୁନା ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ବଡଭାଇ ରାଜୁ ରାଗିଯାଇ ମୁନାକୁ ତୀର ମାରିଥିଲା| ଏଥିରେ ମୁନା ଗୁରୁତର ଆହତ ହୋଇଛନ୍ତି |

https://www.onakhabar.com/handcuff-mental-youth-human-at-mahokalapada/