OnaKhabar

ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲଗାଇଥିବା ଅଭିଯୁକ୍ତ ଗିରଫ

55

ପୁରୀ: ଶେଷରେ ଗିରଫ ହେଲା ବଡ ଧରଣର କାଣ୍ଡ ଭିଆଇଥିବା ଅପରାଧୀ | ଗତ ୨୨ ତାରିଖରେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଘଟଣାରେ ଆଜି ଜିଆପି ଜଣଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ମଦ ପିଇ ଏପରି କାଣ୍ଡ ଭଆଇ ଥିବା ସେ ସ୍ବୀକାର କରିଛି | ତେବେ ନିଶାରେ ଜଣେ ଏପରି କାଣ୍ଡ କରିବାକୁ କିପରି ସାହାସ କରିପାରେ ତାହାକୁ ନେଇ ସାଧାରଣରେ ନିନ୍ଦା କରାଯାଉଇଛି |
ଉଲ୍ଲେଖଯୋଗ୍ୟ ଯେ, ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଟ୍ରେନର ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍‌ରେ ନିଆଁ ଲାଗିଥିବା ବେଳେ ଏସ/୪ କୋଚ୍ ସଂପୂର୍ଣ୍ଣ ଜଳି ଯାଇଥିଲା । ଟ୍ରେନରେ କୌଣସି ଯାତ୍ରୀ ନଥିଲେ ଏବଂ ସବୁ ବଗି ଖାଲିଥିଲା ବୋଲି ଜଣାପଡିଛି ।

https://www.onakhabar.com/bird-flu-in-cuttack-city/