OnaKhabar

ବିଧାନସଭା ସଚିବ ଅମିୟ ଷଡଙ୍ଗୀ ନେଲେ ଅବସର

53

ଭୁବନେଶ୍ୱର: ଶେଷରେ ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ ଆଜି ଅବସର ନେଇଛନ୍ତି । ପୂର୍ବରୁ ତାଙ୍କର କାର୍ଯ୍ୟକାଳ ୪ ଥର ବଢିଥିଲା । ପଞ୍ଚମ ଥର କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଅମିୟଙ୍କ ଚାକିରି କାର୍ଯ୍ୟକାଳ ବଢ଼ାଇବା ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଶେଷରେ ତାଙ୍କ ଅବସର ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ବିଭିନ୍ନ ଦଫାରେ ୨୦୧୩ ଏପ୍ରିଲ୧ ରୁ ୨୦୧୯ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୁଦାୟ ୪ ଥର ବଢ଼ିଛି ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ । ଅନ୍ୟପକ୍ଷରେ ଅମିୟଙ୍କ କାର୍ଯ୍ୟକାଳ ବଢ଼ାଇବା ଲାଗି ବିଧାନସଭା ଚାକିରି ନିୟମରେ ପରିବର୍ତ୍ତନ କରାଯାଇଥିବା ଓ ବିଧାନସଭାରେ ଯୁଗ୍ମ ସଚିବ, ଉପଶାସନ ସଚିବ ଓ ଅତିରିକ୍ତ ସଚିବ ଭଳି ୫ଟି ପଦବୀକୁ ଜାଣିଶୁଣି ପୂରଣ କରାଯାଉନଥିବା ଅଭିଯୋଗ ହୋଇଥିଲା । ଏହାସତ୍ତ୍ୱେ ମଧ୍ୟ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବା ଲାଗି ସୁପାରିସ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାତ୍ର ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା ଓ ସେ ଅବସର ନେଇଥିବାର ସୂଚନା ମିଳିଛି |

https://www.onakhabar.com/stage-on-which-anubhab-and-pratap-were-present-collapsed/