OnaKhabar

କଟକରେ ବାର୍ଡଫ୍ଲୁ ଆତଙ୍କ

74

କଟକ: ପୁଣି ରାଜ୍ୟରେ ବାର୍ଡ ଫ୍ଲୁର ଆତଙ୍କ ଦେଖାଦେଇଛି | ତେବେ ଏହି ବାର୍ଡ ଫ୍ଲୁ ଆତଙ୍କ କଟକରେ ହୋଇଥିବାର ସୂଚନା ମିଳୁଛି । ବାର୍ଡ ଫ୍ଲୁ ନେଇ ଫୁଡ ସେଫ୍‌ଟି କର୍ମଚାରୀ କଟକ ସହରରେ ଥିବା ବିଭିନ୍ନ ଚିକେନ ସେଣ୍ଟରମାନଙ୍କରେ ନୋଟିସ ଲଗାଇଥିବା ସୂଚନା ମିଳିଛି । ଏହାକୁ ନେଇ ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଷ ଜାରି କରାଯାଇଛି ।
ସୂଚନାଯୋଗ୍ୟ, କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସହରରେ ଏନେଇ ଆତଙ୍କ ଖେଳି ଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫୁଡ ସେଫ୍‌ଟି କର୍ମଚାରୀ ସହରରେ ଥିବା ବିଭିନ୍ନ ଚିକେନ୍‌ ସେଣ୍ଟରମାନଙ୍କରେ ନୋଟିସ୍‌ ଲଗାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏଥିସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିବାର ଦେଖିବାକୁ ମିଳିଛି ।

https://www.onakhabar.com/120-gram-brown-sugar-seized-and-three-arrested-in-jaleswar/