OnaKhabar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖରାଦିନେ ପିଅନ୍ତୁ ଏହି ପାନୀୟ

76

ଭୁବନେଶ୍ୱର: ଖରାଦିନ ଆରମ୍ଭ ହୋଇସାରିଲାଣି । ଏହି ଦିନରେ ଆମକୁ ଅଧିକ ଶୋଷ ହେବା, ହାଲିଆ ଅନୁଭୂତ ଏହା ସହ ଶରୀରରେ ଶକ୍ତର ପରିମାଣ କମି ଥାଏ । ଏଭଳି ସମୟରେ ଆମକଚ ବିଭିନ୍ନ ପ୍ରକାରର ପାନୀୟ ପିଇଲେ ଖୁବ ଆରାମ ଅନୁଭୂତ ହୋଇଥାଏ । ହାଲିଆ ଲାଗିବାରୁ ମୁକ୍ତି ମିଳିଥାଏ । ସେଭଳି କିଛି ସ୍ୱାସ୍ଥ୍ୟକର ପାନୀୟ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଯାହାକୁ ପିଇବା ଦ୍ୱାରା ଆବଶ୍ୟକୀୟ ଶକ୍ତି ଓ ପୋଷକ ତତ୍ତ୍ୱ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପାନୀୟ ପ୍ରସ୍ତୁତ କରି ପିିବା ଦ୍ୱାରା ଶରୀରକୁ ଲାଭଦୟେକ ହୋଇଥାଏ…
ତରଭୁଜ ଜୁସ-
ତରଭୂଜ ୯୬ ଭାଗ ଜଳ ରହିବା ସହ ଭିଟାମିନ ଏ, ବି ୬, ସି ସ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ତେଣୁ ଏହା ଖରାଦିନ ପାଇଁ ଏକ ଉତ୍ତମ ପାନୀୟ ସହ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ । ତରଭୂଜ ଜୁସ ପିଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ । ଶକ୍ତି ମିଳିଥାଏ ।
ଲେମ୍ବୁ ପାଣି-
ଲେମ୍ବୁପାଣିରେ ପର୍ଯ୍ୟାପ୍ତ ପରିବମାଣରେ ଭିଟାମିନ ସି ଓ ଶକ୍ତିଶାଳୀ ଆଣ୍ଟିଅକ୍ସୀଡ଼ାଣ୍ଟ ରହିଛି । ଏହାସହ ଏହାକୁ ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ ।
ପଇଡ଼ ପାଣି-
ପଇଡ଼ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ । ଏଥିରେ ମିଟାମିନ ସି ଦହ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି । ତେଣୁ ଖରାଦିନେ ଏହାକୁ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ ।
ଦହି-
ଆପଣ ନିୟମିତ ଦହିରେ ଅଳ୍ପ ପାଣି ମିଶାଇ ଏଥିରେ ଚିନି ପକାଇ ପେଷି ଦିଅନ୍ତୁ । ତାପରେ ପିଅନ୍ତୁ । ଏହାକୁ ନିୟମିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ ।

https://www.onakhabar.com/benefit-of-coconut-water/