OnaKhabar

ବିଜେଡି ଛାଡିଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ

0 15

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତିରେ ଏବେ ତାତି ଜୋରରେ ଦେଖିବାକୁ ମିଳୁଛି । ତେବେ ଟିକେଟ ନ ମିଳିବାରୁ ସାଂସଦ ଓ ବିଧାୟକ ଦଳ ବଦଳ କରୁଥିବାର ଦେଖିବାକୁ ମିଳୁଛନ୍ତି । ଏହି କ୍ରମରେ ଆଜି ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଇସ୍ତଫା ଦେଇଛନ୍ତି । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେବା ସହିତ ବିଷୋଦଗାର କରିଛନ୍ତି ଅର୍ଜୁନ । ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ଦିଆ ନ ଯିବା ନେଇ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ । ହେଲେ ଏନେଇ ଦଳର ହାଇକମାଣ୍ଡଙ୍କ ଠାରୁ କୌଣସି ପ୍ରତିଶୃତି ନମିଳିବାରୁ ସେ କ୍ଷୁବ୍ଧ ହୋଇଛନ୍ତି । ଯୋଗ୍ୟତାର ନଥିବା ଲୋକଙ୍କୁ ଦଳ ଟିକେଟ ଦେଉଥିବା ବେଳେ ତାଙ୍କୁ କିମ୍ବା ତାଙ୍କ ପୁଅକୁ ଟିକେଟ ଦିଆଯାଇନଥିବାରୁ ସେ ମର୍ମାହତ ବୋଲି କହିଛନ୍ତି । ପ୍ରାର୍ଥୀ ଚୟନରେ ଯେଉଁ ପ୍ରକାରର ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ପୁଅଙ୍କ ପାଇଁ ଲବି କରିଥିଲେ ଓ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଶେଷରେ ତାଙ୍କୁ କିମ୍ବା ପୁଅକୁ ଟିକେଟ ଦିଆଗଲା ନାହିଁ ବୋଲି ଅର୍ଜୁନ କହିଛନ୍ତି ।
ଭଦ୍ରକରୁ ୯ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅର୍ଜୁନଙ୍କୁ ଦଳ ଏଥର ଟିକେଟ ଦେଇନାହିଁ । ତାଙ୍କ ବଦଳରେ ଧାମନଗର ବିଧାୟକ ଶଶିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ସାଂସଦ କରିଛି । ସେପଟେ ଧାମନଗର ବିଧାନସଭା ଆସନ ପାଇଁ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଥିଲା । ଯଦିଓ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ତଥାପି ପୁଅଙ୍କୁ ଟିକେଟ ମିଳିନଥିବା ଆଶଙ୍କା କରି ସେ ଦଳ ଛାଡିଛନ୍ତି । ଅର୍ଜୁନଙ୍କ ଇସ୍ତଫା ପୂର୍ବରୁ ତାଙ୍କ ସହେଯାଗୀ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସନ୍ନ ଦାସ ଦଳ ଛାଡିଛନ୍ତି ।
ଭଦ୍ରକ ସାଂସଦ ଅର୍ଜୁନ ସେଠୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏଇଟା ସତ କଥା ଦଳ ଦଶନ୍ଦି ନୁହେଁ ତିନି ଦଶନ୍ଧି ଧରିକି ମୁଁ ଏହି ଦଳରେ ଅଛି । ପ୍ରାର୍ଥୀ ଚୟନ କରୁଛନ୍ତି ନାନାପ୍ରକାରର ଅନିୟମିତତା ଲକ୍ଷ୍ୟ କରାଯାଉଛି । ପୁଅ ଅଭିମନ୍ୟୁକୁ ପ୍ରାର୍ଥୀ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କର ନୋଟିସକୁ ଆଣିଥିଲି । ତାଙ୍କୁ ଅନୁରୋଧ କରିଥିଲି । ଖୁସିର କଥା ସେ ଖୁସି ହୋଇ କହିଥିଲେ ନିଶ୍ଚିତ ଦେଖିବି । ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ମଧ୍ୟ ଆସନ ଦିଆଯାଇଛି ମାତ୍ର ଯେଉଁମାନେ ସେମାନଙ୍କୁ ଦିଆଯାଉନାହିଁ ବୋଲି ଶ୍ରୀ ସେଠୀ କ୍ଷୋଭ ପ୍ରକାଶ କରିଛନ୍ତି ।

https://www.onakhabar.com/bjd-heavy-wait-leaders-are-in-tense/

 

Leave A Reply

Your email address will not be published.