OnaKhabar

ଖରାରେ ମୁହଁର ଉଜ୍ୱଳତା କମି ଯାଉଥିଲେ ଆପଣାନ୍ତୁ ଏହି ଉପାୟ..

0 27

ଭୁବନେଶ୍ୱର: ଖରଗଦିନ ଆରମ୍ଭ ହୋଇଯାଇଥିବାରୁ ଏବେ ମୁହଁର ଚମକ ଆସ୍ତେ ଆସ୍ତେ ହଟିବାକୁ ଲାଗିଥାଏ | ସୂର୍ଯ୍ୟଙ୍କ ପ୍ରଖର ଖରାରେ ମୁହଁ ସହ ଶରୀରର ମଧ୍ୟ କଳା ପଡିଯାଇଥାଏ | ତେବେ ମୁହଁରେ ଚମକ ଆଣିବାକୁ ଓ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଖରାଦିନେ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ତ୍ୱଚାର ଚମକ ହଜିଯାଉଛି । ବାହାରେ ଏତେ ମାତ୍ରାରେ ପ୍ରଦୂଷଣ ହେଉଛି ଯେ, ପ୍ରାୟତଃ ସମସ୍ତଙ୍କର ବ୍ରଣ ସମସ୍ୟା ରହୁଛି । ଯଦି ଆପଣ ବି ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିପାଇଁ ବହୁ ଚିନ୍ତିତ ଅଛନ୍ତି, ତେବେ ଆଉ ବେଶି ଭାବିବା ଦରକାର ନାହିଁ । ଆପଣ ଘରେ ଏପରି କିଛି ପାନୀୟ ପ୍ରସ୍ତୁତ କରି ପିଅନ୍ତୁ ଯାହା ଦ୍ୱାରା ଚେହେରାର ଚମକ ଫେରି ଆସିବ । ଆସନ୍ତୁ ଜାଣିବା ଏହି ଟିପ୍ସ ସମ୍ପର୍କରେ…


1. ପାଣି- ଦିନର ଆରମ୍ଭ ପାଣି ପିଇବାଠୁ କରିବା ଆବଶ୍ୟକ । ସକାଳେ ଉଠି ହାଲକା ଉଷୁମ ପାଣି ପିଇବା ଦରକାର । ଏହାଦ୍ୱାରା ଚେହେରା ଉଜ୍ୱଳ ଦେଖାଯାଇଥାଏ । ପାଣି ପିଇବା ଦ୍ୱାରା ଶରୀରରୁ ଅପରିଷ୍କାର ଜିନିଷ ନିର୍ଗତ ହୋଇଯାଇଥାଏ । ଏହାଦ୍ୱାରା ଆପଣ ନିଜ ଚେହେରାରେ ଚମକ ଅନୁଭବ କରି ପାରିବେ ।
2. ଡାଲଚିନି- ଡାଲଚିନି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ମୋଟାପା କମାଇଥାଏ । ଆପଣ ସକାଳେ ଉଷୁମ ପାଣି ପିଇବା ନିମନ୍ତେ ଗରମ କରିବା ସମୟରେ ଏକ ଛୋଟ ଖଣ୍ଡ ଡାଲଚିନିକୁ ପାଣିରେ ପକାଇ ଦିଅନ୍ତୁ । ଏହା ରାମବାଣ ସଦୃଶ କାମ କରିବ । ଏହାକୁ ନିୟମିତ ଭାବେ କିଛି ଦିନ ପିଇଲେ ଆପଣଙ୍କ ତ୍ୱଚା କୋମଳ ହେବା ସହ ଉଜ୍ୱଳ ଦେଖାଯିବ ।
3.ଷ୍ଟ୍ରବେରୀ- ଷ୍ଟ୍ରବେରୀ ଜୁସ୍‌ରେ ପାଣି ମିଶାଇ ପିଇଲେ ଚେହେରାରେ ଦେଖାଯାଉଥିବା ଦାଗ ଧପ୍ପା କମ୍‌ ହୋଇଯାଇଥାଏ । ଏହାର ରସ ନିୟମିତ ସେବନ କରିବା ଦ୍ୱାରା ଚେହେରାର ଦାଗ ସମ୍ପୂର୍ଣ୍ଣ ଲିଭିଯାଏ । ମୁହଁ ପୂରା ଉଜ୍ଜ୍ୱଳ ଦିଶେ । ଏଥିରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ରହିଛି । ଯାହା ଚେହେରାରେ ଗ୍ଲୋ ଆଣିବାରେ ସାହାଯ୍ୟ କରେ ।
4. ମହୁ- ଏହା ଶରୀରର ବ୍ୟାକ୍ଟେରିଆ ସହ ଲଢିବାକୁ ସବୁବେଳେ ପ୍ରସ୍ତୁତ ଥାଏ । ଏହାକୁ ଉଷୁମ ପାଣିରେ ମିଶାଇ ସକାଳୁ ପିଇଲେ ପେଟ ଚର୍ବି କମିଥାଏ । ଏହାବ୍ୟତୀତ ଏହାକୁ ମୁହଁରେ ଲଗାଇବା ଦ୍ୱାରା ଚମକ ଆସିଥାଏ ।
5.ପୁଦିନା- ପେଟ ସମ୍ୱନ୍ଧୀୟ ଯାବତୀୟ ପ୍ରୋବଲେମ୍‌ ଲାଗି ପୁଦିନା ପାଣି ଏକ ମହୌଷଧୀ ସଦୃଶ । ଏଥିସହ ଏହାକୁ ନିୟମିତ ଭାବେ ପିଇଲେ ଚେହେରାର ଚମକ ଅତୁଟ ରହିଥାଏ ।
6.ଲେମ୍ବୁ- ଖାଲି ପାଣି ପିଇବା ଅପେକ୍ଷା ସେଥିରେ କେଇବୁନ୍ଦା ଲେମ୍ୱୁ ରସ ମିଶାଇ ଦିଅନ୍ତୁ । ଦେଖିବେ ତାହାର ଫାଇଦା ବହୁ ଗୁଣରେ ବଢିଯିବ । ଏହାଦ୍ୱାରା କେବଳ ଯେ, ପାଚନ ପ୍ରକ୍ରିୟା ତ୍ୱରିତ ହୋଇଥାଏ ତାହା ନୁହେଁ ଶରୀରରେ ଥିବା ଅପରିଷ୍କାର ଜିନିଷ ଝାଳ ହୋଇ ନିର୍ଗତ ହୋଇଯାଇଥାଏ ।

https://www.onakhabar.com/read-your-face/

Leave A Reply

Your email address will not be published.