OnaKhabar

ଜାଣନ୍ତୁ ବାସ୍ତୁ ଅନୁଯାୟୀ କିଛି ଅଶୁଭ ହେବାର ସଙ୍କେତ ସମ୍ବନ୍ଧରେ…

0 27

ଭୁବନେଶ୍ୱର : ଜୀବନରେ ଅନେକ ସଙ୍କେତ ବ୍ୟକ୍ତକୁ ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ । ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ, ସେହି ନୟମ ମାନି ଚଳିବା ଦ୍ୱାରା ଜୀବନରେ ଅନେକ ସୁବିଧା ଓ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତ ଆମକୁ ଅଶୁଭର ସଙ୍କେତ ଦିଏ….
ତେଲ ତଳେ ପଡିଯିବା ଅଶୁଭର ସଙ୍କେତ ଅଟେ । ଏପରି ହେବା ଦ୍ୱାରା ପରିବାର ସଦସ୍ୟ କୌଣସି ଋଣଭାରରେ ବୁଡିବାର ସଙ୍କେତ ଦେଇଥାଏ ।
ପୂଜା କରିବା ବେଳେ ପୂଜା ଥାଳି ହାତରୁ ପଡିଯିବା ଅଶୁଭ ଅଟେ । ପରିବାର ଉପରେ କୌଣସି ବିପତ୍ତି ଆସିବା ପୂର୍ବରୁ ଏପରି ହୋଇଥାଏ । ସେହିପରି ପୂଜା ବେଳେ ଦୀପ ଲିଭିବା ମଧ୍ୟ ଖରାପ ଅଟେ ।
ବିବାହିତ ନାରୀଙ୍କ ପ୍ରତୀକ ସିନ୍ଦୂର । ଏହା ତଳେ ପଡିବା ଦ୍ୱାରା ସ୍ୱାମୀଙ୍କ ଉପରେ କୌଣସି ବିପତ୍ତି ଆସିବାର ସଙ୍କେତ ମିଳିଥାଏ । ଏହାଦ୍ୱାରା ବ୍ୟାପାରରେ ମଧ୍ୟ କ୍ଷତି ହୋଇଥାଏ ।
ହାତରୁ ପାଣି ଗ୍ଲାସ ତଳେ ପଡିବା ଦ୍ୱାରା କୌଣସି ରୋଗ ହେବାର ସଙ୍କେତ ମିଳିଥାଏ ।
କ୍ଷୀରକୁ ଚନ୍ଦ୍ରମାଙ୍କ ସହ ତୁଳନା କରାଯାଇଛି । କ୍ଷୀର ଫୁଟୁଥିବା ଅବସ୍ଥାରେ ଉତୁରି ତଳେ ପଡିବା ଅଶୁଭର ସଙ୍କେତ ଦେଇଥାଏ । ଏହାଦ୍ୱାରା ଘରର ସୁଖଶାନ୍ତିରେ ବାଧା ଉତ୍ପନ୍ନ ହୋଇଥାଏ । ପରିବାର ସଦସ୍ୟଙ୍କ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ । ଏହାସହ ପରିବାର ପ୍ରତି ବିପତ୍ତି ଆସିଥାଏ ।
ଦୈନଦିନ ଜୀବନରେ ଲୁଣ ମହତ୍ତ୍ୱ ଅଧିକ ରହିଛି । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଆନକ କାର୍ଯ୍ୟରେ ଉପଯୋଗୀ ହୋଇଥାଏ । କିଛି ସ୍ଥାନରେ ଲୁଣକୁ ଦୁର୍ଭାଗ୍ୟ ଓ ବିବାଦର ସୂଚକ କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହାତରୁ ଲୁଣ ଖସିବା ଅଶୁଭର ସଙ୍କେତ ଦେଇଥାଏ । ଏହାଦ୍ୱାରା ଜାତକରେ ଶୁକ୍ର ଓ ଚନ୍ଦ୍ରଙ୍କର ସ୍ଥିତି ଖରାପ ରହିବାର ସଙ୍କେତ ଦେଇଥାଏ । ଯଦି ହାତରୁ ଗୋଲମରିଚ ଖସି ତଳେ ପଡିଯାଏ ତେବେ େକୌଣସି ସମ୍ପର୍କୀୟଙ୍କ ଦ୍ୱାରା ଆପଣଙ୍କୁ ଅଶୁଭ ଖବର ମିଳିବାର ସଙ୍କେତ ଦେଇଥାଏ ।
କୌଣସି ଖାଦ୍ୟଦ୍ରବ୍ୟ ତଳେ ପଡିଯିବା ଦ୍ୱାରା ମା’ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଯଦି ଭୁଲରେ କେବେବି ଏପରି ହୋଇଥାଏ ତେବେ କ୍ଷମା ମାଗି ନିୟନ୍ତୁ । ଖାଦ୍ୟ ତଳେ ପଡିଯିବା ଦ୍ୱାରା ଘରେ ଆର୍ଥିକ ଅନଟନ ଦେଖା ଦେଇଥାଏ ।
ଘରୁ ବାହରି ଯାଉଥିବା ବେଳେ ପିନ୍ଧିଥିବା ପୋଷାକରୁ ଯଦି ଟଙ୍କା ବାହାରି ତଳେ ପଡୀଯାଏ ଓ ତାହା ଆପଣ ଦେଖନ୍ତି ସେଟା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ । ଏପରି ହେବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧିର ସଙ୍କେତ ମିଳିଥାଏ ।

https://www.onakhabar.com/know-how-to-avoid-cockroach-from-kictchen/

Leave A Reply

Your email address will not be published.