OnaKhabar

ପାଗଳା କୁକୁର କାମୁଡାରେ ୧୨ ଆହତ

0 14

ରାଉରକେଲା : ରାଉରକେଲାରେ ମାତିଛନ୍ତି ପାଗଳା କୁକୁର । ଆଜି ସକାଳେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରରେ ଦୁଇଟି ପାଗଳା କୁକୁର ଲୋକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୧୨ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁଇ ପାଗଳା କୁକୁର କାହାର ହାତ ଓ ଗୋଡ଼କୁ କାମୁଡ଼ିଥିବା ବେଳେ ଆଉ କିଛି ଲୋକଙ୍କ ଅଣ୍ଟା ମଧ୍ୟ କାମୁଡ଼ି ଥିବା ସୂଚନା ମିଳିଛି ।
ଷ୍ଟିଲ ପ୍ଲାଣ୍ଟ ପରିସରରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ ବିଭାଗ ନିକଟରେ ଏହି ଦୁଇ ପାଗଳା କୁକୁର ଗତ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ଜଣାପଡ଼ିଛି ।
ଆଜିର ଘଟଣା ପରେ ପ୍ଲାଣ୍ଟ କର୍ମଚାରୀମାନେ ଭୟଭୀତ ହୋଇପଡିଛନ୍ତି । ଏହି ଦୁଇ ପାଗଳା କୁକୁରକୁ ଧରିବା ଲାଗି ୩ଟି ସ୍କ୍ୱାର୍ଡ ଗଠନ କରାଯାଇଛି ।

https://www.onakhabar.com/husband-attemp-to-murder-wife-for-pakisthan/

Leave A Reply

Your email address will not be published.