OnaKhabar

ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଅତୁଟ ଭରସା ଏଥର ଭୋଟରେ ପରିବର୍ତନ ହେବ – ଧର୍ମେନ୍ଦ୍ର ପ୍ରଧାନ

0 13

ଜୟପୁର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରକୁ ଆସି ରାଜ୍ୟ ସରକାରଙ୍କ ବିଫଳତାକୁ ଉଲ୍ଲେଖ କଲେ । ରାଜ୍ୟ ସରକାର କିଭଳି ଭାବେ ଲୋକମାନଙ୍କ ପାଖରେ ବିକାଶ ପହଁଚେଇପାରୁନାହାନ୍ତି, ଏସବୁ ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ବେଳେ ଏହି ସବୁ କଥା ଲୋକଙ୍କ ମନକୁ ଛୁଇଁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଉପରେ ଓଡିଆ ଲୋକଙ୍କ ଭରସା ଅଛି । ସେହି ଭରସା ଏଥର ଭୋଟରେ ପରିବର୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ଦେଶରେ ଆଉ ଥରେ ସରକାର ହେବ । ଏହାର କୌଣସି ସନ୍ଦେହ ନାହିଁ । ଏତଦବ୍ୟତିତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ତାଙ୍କର ଅନୁଯାୟୀ ମାନଙ୍କର ସରକାର ହେବ । ଓଡିଶାବୀସୀମାନେ ଅତୀତରେ କଂଗ୍ରେସ ଏବଂ ବିଜେଡ଼ିକୁ ଶାସନ ସେବାର ସୁଯୋଗ ଦେଇଛନ୍ତି । ଚଳିତ ନିର୍ବାଚନରେ ଓଡିଶା ଏବଂ ଦିଲ୍ଲୀରେ ସେବା କରିବାର ସୁଯୋଗ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀରେ ଗୋଟିଏ ଇଞ୍ଜିନ ଓ ଭୁବନେଶ୍ୱରରେ ଆଉ ଗୋଟିଏ ଇଞ୍ଜିନ ଲଗାଯିବା ଦରକାର । ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ଲଗାଯିବାର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ସଭାରେ ଉପସ୍ଥିତ ସାଧାରଣ ଜନତାଙ୍କୁ ଫିର୍ ଏକ ବାର୍ ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲୋ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ନିର୍ବାଚନ ପ୍ରଚାର ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ପବିତ୍ର କୋରାପୁଟ ମାଟିରୁ ଆରମ୍ଭ କଲେ । ଗତ ୫ ବର୍ଷରେ ଯେଉଁ ଅଭୁତପୂର୍ବ ସମର୍ଥନ ଭାରତବର୍ଷ ପ୍ରଧାନମନ୍ତ୍ରୀଙ୍କୁ ଦେଲା ସେଥିପାଇଁ ସେ ଧନ୍ୟବାଦ ଦେବା ସହ ଆଗାମୀ ୫ ବର୍ଷ ପାଇଁ ତଥା ଭାରତବର୍ଷରେ ଭାରତ ତଥା ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ସରକାର ବନିବା ପାଇଁ ଆଶୀର୍ବାଦ ମାଗିଲେ । ଆଜିର ସଭାରେ ଲକ୍ଷାଧିକ ଲୋକଙ୍କ ଅଭୁତପୂର୍ବ ଏକତ୍ରୀକରଣ ଆଗାମୀ ଦିନରେ କୋରାପୁଟ, ନବରଙ୍ଗପୁର ଅଂଚଳ ତଥା ଓଡିଶାର ପରିବର୍ତିତ ରାଜନୈତିକ ଚିତ୍ରର ବଡ ପ୍ରମାଣ ମିଳିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

https://www.onakhabar.com/modi-criticized-naveen-on-chifund-and-mining-scam/

Leave A Reply

Your email address will not be published.