OnaKhabar

ବାଂଲାଦେଶ ଢାକାରେ ଭୟାବହ ଅଗ୍ନିକାଣ୍ଡ: ୨୦ରୁ ଅଧିକ ମୃତ୍ୟୁ

52

ଢାକା : ବାଂଲାଦେଶ ରାଜଧାନୀ ଢାକାରେ ଘଟିଛି ଏକ ଭୟାବହ ଅଗ୍ନକାଣ୍ଡ । ଏହି ଘଟଣା ଘଟିଛି ବାନାନୀ ଅଞ୍ଚଳରେ ଥିବା ୨୨ମହଲା ବିଶିଷ୍ଟ ଏଫଆର ଟାୱାରରେ । ଏହି ଅଗ୍ନିକାଣ୍ଡରେ ମୃତବରଣ କରିଛନ୍ତି ୨୦ରୁ ଅଧିକ । ଏହି ଘଟଣା ଗତକାଲି ଦିନ େଭୋଟାଏ ବେଳେ ଟାସ୍ୱାରର ଷଷ୍ଠ ମହଲାରେ ଅଚାନକ ନିଆଁ ଲାଗିଥିଲା । ତାପରେ ଧିରେ ଧିରେ ନିଆଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଯାହାଫଳରେ ଏଥିରେ ପ୍ରାୟ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋିଯାଇଥିଲେ । ଏହି ଅଗ୍ନକାଣ୍ଡରେ ହେଲିକପ୍ଟର ଯେଗେ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ କିଛି ଲୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ବିକଳରେ ତଳକୁ ଡେଇଁ ପଡିଥିଲେ । ସେଥିରେ ଡେଇଁ ପଡିବା ଯୋଗୁ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ଟାୱାର ଭିତରୁ ମଧ୍ୟ ୧୩ଜଣଙ୍କର ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ତା ଭିତରେ ଆହୁରି ଶବ ଥିବାର ମଧ୍ୟ ଆଶଙ୍କା କରାଯାଇଛି । ଅଗ୍ନିକାଣ୍ଡରେ ଆହତ ହୋିଥିବା ଲୋକଙ୍କୁ ତୁରନ୍ତ ଢାକାରେ ଥିବା ସାମରିକ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ହେଲେ ଏଯାଏଁ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ଏହି ଟାୱାରର ଷଷ୍ଠ ମହଲା କିଛି ଲୁଗା ଦୋକାନ ଓ ଇଣ୍ଟରନେଟ ସେବା କେନ୍ଦ୍ର ରହିଥିଲା । ତେବେ ସେଥିରୁ ସର୍ଟସର୍କିଟ ହୋଇ ଏହି ଘଟଣା ଘଟିଥାଇପାରେ । କାରଣ ଯେହେତୁ ଲୁଗା ଦୋକାନ ଥିଲା ସେଠି ନିଆଁ ବ୍ୟାପିବାର ଯଥେଷ୍ଠ ସମ୍ଭାବନା ରହିଛି ବୋଲି ଲୋକେ ସନ୍ଦେହ କରୁଛନ୍ତି । ଲୋକଙ୍କ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଉପର ମହଲା ଝରକାରୁ କିଛି ଲୋକ ସହାୟତା ପାଇଁ ଚିତ୍କାର କରିଥିଲେ । ଫଳରେ ଆଖ ପାଖ ଅଞ୍ଚଳର ଲୋକେ ଏକ ଟିଭି କେବୁଲ ଧରି କିଛି ଲୋକ ତଳକୁ ଖସିଆସିବାରେ ସକ୍ଷମ ହୋଇଥିଲେ । ସେଠରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ଦ୍ୱାରା ଏକ ହେଲିକପ୍ଟର ଓ ସିଡି ମାଧ୍ୟମରେ ଟାୱାର ଭିତରୁ ଶହେ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଅଗ୍ନିଶମ କର୍ମଚାରୀମାନେ ପ୍ରତି ମହଲାରେ ଟିକିନିକି ଯାଞ୍ଚ କରି କହିଛନ୍ତି କି ମୃତ୍ୟୁ ସଂଖ୍ୟା ଆହୂରି ବଢିପାରେ ବୋଲି ଆଶଙ୍କା ରହିଛି ।

https://www.onakhabar.com/cyclone-idai-death-toll-rises-750/