OnaKhabar

ଜାଣନ୍ତୁ କେଉଁ ସମୟରେ ଦାନ କରିବା ଅନୁଚିତ!

0 15

ଭୁବନେଶ୍ୱର: ଜୀବନରେ ଅସୁବିଧା ଓ ଟଙ୍କାପଇସାର ଅଯଥା କ୍ଷୟକୁ ରୋକିବା ପାଇଁ ଅନେକ ଉପାୟ କରାଯାଇଛି । ସେହି ଉପାୟଗୁଡିକୁ ମାନିବା ଦ୍ୱାରା ଅସୁବିଧାରୁ ମୁକ୍ତି ପାଇପାରିବେ । ଅନେକ ଲୋକ ପୁଣ୍ୟ ପ୍ରାପ୍ତି ପାଇଁ ଦାନ କରି ଥାଆନ୍ତି । କିନ୍ତୁ କିଛି ଦ୍ରବ୍ୟ ରହିଛି ଯାହାକୁ ସନ୍ଧ୍ୟା ସମୟରେ ଦାନ କରିବାକୁ ବାରଣ କରାଯାଇଛି । ଏପରି କରିବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଏହାଦ୍ୱାରା ଘରର ସମୃଦ୍ଧି ଉପରେ କୁପ୍ରଭାବ ପଡିଥାଏ । ତେଣୁ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ ଦ୍ରବ୍ୟ ଦାନ କରିବା ଅନୁଚିତ…
ପିଆଜ ଓ ରସୁଣର ସମ୍ବନ୍ଧ କେତୁ ଗ୍ରହ ସହ ରହିଛି । କେତୁ ନକରାତ୍ମକ ଶକ୍ତିର କାରକ ଅଟନ୍ତି । ତେଣୁ ସନ୍ଧ୍ୟା ସମୟରେ କେବେ ବି ପିଆଜ ଓ ରସୁଣର ଦାନ କରନ୍ତୁ ନାହିଁ ।
ସନ୍ଧ୍ୟା ସମୟରେ କେବେ ବି କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । କାରଣ ଏହି ସମୟରେ ମା’ ଲକ୍ଷ୍ମୀ ଘରକୁ ଆସି ଥାଆନ୍ତି । ତେଣୁ ସନ୍ଧ୍ୟା ସମୟରେ ଟଙ୍କା ଧାର ଦିଅନ୍ତୁ ନାହିଁ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, ଗୁରୁବାର ଦିନ କାହାକୁ ହଳଦୀ ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଗୁରୁ ଗ୍ରହ ଜାତକରେ କମଜୋର ହୋଇଯାଆନ୍ତି ।
ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ସମ୍ପର୍କ କ୍ଷୀର ସହ ରହିଛି । କୁହାଯାଇଛି ଯେ, ସନ୍ଧ୍ୟା ଓ ରାତି ସମୟରେ କାହାକୁ କ୍ଷୀର ଦାନ କରନ୍ତୁ ନାହିଁ । ,ପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ ।
ଏହାସହ ସନ୍ଧ୍ୟା ବେଳେ ଦହି ଦାନ କରିବା ଅନୁଚିତ । ଏପରି କରିବା ଦ୍ୱାରା ସୂର୍ଯ୍ୟଙ୍କ ଖରାପ ପ୍ରଭାବ ଜାତକରେ ପଡିଥାଏ ।

https://www.onakhabar.com/know-possitive-sign-of-shankh/

Leave A Reply

Your email address will not be published.