OnaKhabar

ସର୍ଟ ସର୍କିଟରେ କୁକୁଡ଼ା ଫାର୍ମ ଜଳି ପାଉଁସ: ୨ ହଜାର କୁକୁଡ଼ା ଜୀବନ୍ତ ଦଗ୍ଧ

48

ସୋର(ଓଏନଏ): ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ କକୁଡ଼ା ଫାର୍ମ ଜଳି ଛାରଖାର ହୋଇଯାଇଛି । ୨ ହଜାର କୁକୁଡ଼ା ମଧ୍ୟ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ବାରିକପୁର ହାଟ ନିକଟରେ ଥିବା ଏକ କୁକୁଡ଼ା ଫାର୍ମରେ । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ସବୁଆଡ଼େ ବ୍ୟାପୀଯାଇଥିଲା । ଫଳରେ ୨ ହଜାରରୁ ଊଦ୍ଧ୍ୱର୍ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ସୋର ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚିଲା ବେଳକୁ ସବୁ କୁକୁଡ଼ା ଓ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା ।

https://www.onakhabar.com/undertrial-prisoner-deba-majhi-lodged-at-umerkote-sub-jail-dies/