OnaKhabar

ସନତ ଗଡତିଆ ହେଲେ ବିଜେପୁରରୁ ବିଜେପି ପ୍ରାର୍ଥୀ

0 13

ଭୁବନେଶ୍ବର :ଗତକଲି ବିଳମ୍ବିତ ରାତିରେ ବିଜେପି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସନତ ଗଡ଼ତିଆ ନବୀନଙ୍କ ବିରୋଧରେ ଲଢ଼ିବେ । ଗତଥର ବିଜେପି ଟିକେଟରେ ବରଗଡ଼ ଲୋକସଭା ନିର୍ବାଚନ ଲଢ଼ିଥିବା ସୁବାସ ଚୌହାନଙ୍କ ନାମ ଏଥର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ପ୍ରଥମେ ପ୍ରସ୍ତାବ ଦେଇଥିଲା ବିଜେପି । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁବାସ ଚୌହାନ । ପରେ ସନତ ଗଡ଼ତିଆଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଛି ବିଜେପି ।
୨୦୧୪ରେ ବିଜେପୁର ଆସନ ଥିଲା କଂଗ୍ରେସ ହାତରେ । ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢୁଛନ୍ତି । ଫଳରେ ଏହି ଆସନ ଏବେ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ଗତକାଲି ନବୀନ ବିଜେପୁର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିଭଳି ନବୀନଙ୍କ ବିରୋଧରେ କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଗତବର୍ଷ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ବିଜେପି ପ୍ରାର୍ଥୀ ରୀତା ସାହୁଙ୍କଠାରୁ ସେ ୪୦ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ ହୋଇଥିଲେ । ସେହିଭଳି ଉପନିର୍ବାଚନରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା ।

https://www.onakhabar.com/naveen-vs-pitambar-takar/

Leave A Reply

Your email address will not be published.