OnaKhabar

‘ପିଏମ ନରେନ୍ଦ୍ର ମୋଦୀ’ ର ନିମାତାଙ୍କୁ ନିର୍ବାଚନ ଆୟୋଗର ନୋଟିସ

65

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଦାରିତ ଚଳଚ୍ଚିତ୍ର ପିଏମ ନରେନ୍ଦ୍ର ମୋଦୀ ର ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ସୋମବାର ନୋଟିସ ଜାରି କରାଯାଇଛି । ଚଳଚ୍ଚିତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି । ତେଣୁ ଏନେଇ ଚଳଚ୍ଚିତ୍ରର ନିର୍ମାତା ଏବଂ ନିର୍ଦ୍ଦଶକଙ୍କୁ ନୋଟିସ ଜାରି କରିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ।
ସୂଚନା ଅନୁସାରେ, ରାଜନୈତିକ ଲାଭ ଉଦ୍ଦ୍ୟୋରେ ନିର୍ବାଚନ ଠିକ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଯାଉଛି, ତେଣୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଏନେଇ କଂଗ୍ରେସର ୩ ସଦସ୍ୟ ଦଳରେ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜେୱାଲା, କପିଲ ସିବଲ ଏବଂ ଅଭିଷେକ ମନ୍ତୁ ସିଂଘବୀ ସାମିଲ ଥିଲେ ।
ଚଳଚ୍ଚିତ୍ରର ନିର୍ମାତାଙ୍କୁ ଜବାବ ଦେବା ପାଇଁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ରଣବୀର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଓମଙ୍ଗ କୁମରେଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପିଏମ ନରେନ୍ଦ୍ର ବେମାଦୀ’ ଏପ୍ରିଲ ୫ ତାରିଖରେ ପରଦାକୁ ଆସିବ ।

https://www.onakhabar.com/bollywood-will-make-new-film-of-balakot-airstrik/