OnaKhabar

ମନ୍ଦିର ଭିତରେ ପ୍ରେମିଯୁଗଳଙ୍କୁ ଗୁଳି କରି ହତ୍ୟା

0 8

ଉତ୍ତରପ୍ରଦେଶ : ଗାଜିଆବାଦ ଜିଲାର କୋତୱାଲି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରେମୀଯୁଗଳଙ୍କୁ ମନ୍ଦିରରେ ହତ୍ୟା କରାଯାଇଛି । ସାଇ ଉପବନ ପାଖରେ ଥିବା ଏକ ମନ୍ଦିରରେ ସକାଳ ବେଳାପ୍ରେମିଯୁଗଳ ମନ୍ଦିରକୁ ଆସିଥିବା ବେଳେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା ।
ସୂଚନାନୁଯାୟୀ, ସକାଳ ୭.୩୦ ସମୟରେ ଦର୍ଶନ କରି ଫେରିବା ବେଳକୁ ଦୁର୍ବୁତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ସେଠାରେ ହଠାତ ଗୁଳି ଶବ୍ଦ ଶୁଣି ମନ୍ଦିରରେ ଥିବା ପୂଜାରୀ ଓ ଅନ୍ୟ ଲୋକମାନେ ବାହାରକୁ ଆସିଥିଲେ । କିନ୍ତୁ ସେତେବେଳକୁ ଦୁର୍ବୁତ୍ତମାନେ ଫେରାର ହୋଇସାରିଥିଲେ । ସେଥିପାଇଁ କେହିବି ସେମାନଙ୍କୁ ଦେଖିନଥିଲେ । ତେବେ ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ମୃତଦେହ କୁଡିକୁ ଉଦ୍ଧାର କରିଥିଲେ । ସେଠାରେ ମୃତ୍ୟୁ ହୋଇଥିବା ଯୁବକ ହେଉଛନ୍ତି ଅନ୍ନୁ ଚୌହାନ ସେ ଉତ୍ତରାଖଣ୍ଡର ଗଡୱାଲ ଗାଁର ବାସିନ୍ଦା ଥିଲେ । ଏବଂ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିଚୟ ଏଯାଏ ମିଳିପାରି ନାହିଁ ହେଲେ ତାଙ୍କ ବୟସ ୩୨ ବର୍ଷ ବୋଲି କୁହାଯାଉଛି । ଅନେକ ଦିନରୁ ଉଭୟଙ୍କ ପରସ୍ପରକୁ ପ୍ରେମ କରୁଥିଲେ । ଯୁବତୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/firing-in-balipatana/

Leave A Reply

Your email address will not be published.