OnaKhabar

ଭୋଗ ଖାଇ ୧୭୨ ଅସୁସ୍ଥ

0 12

ସମ୍ବଲପୁର: ଭୋଗ ଖାଇ ୧୭୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ପାଣିଗ୍ରାହୀ ପାଲିଆଡ଼ିସାହିରେ । ସେମାନଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ ଚିକିତ୍ସାପାଇଁ ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାକୁ ଆସିଥିବା ବେଳେ ୩୦ଜଣ ନାକ୍ଟିଦେଉଳ ଡାକ୍ତରଖାନାରେ ଭର୍ତିହୋଇଛନ୍ତି । ଖବର ପ୍ରଚାରିତ ହେବା ପରେ ସମ୍ବଲପୁରରୁ ଏକ ଡାକ୍ତରୀ ଦଳ ପଠାଯାଇଥିବା ଅତିରିକ୍ତ ଜିଲ୍ଲାଚିକିତ୍ସାଧିକାରୀ କହିଛନ୍ତି । ଆକ୍ରାନ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ସେ ପ୍ରକାଶ କରିଛନ୍ତି । ଗତ ୨୩ ତାରିଖରେ ଆଡ଼ିସାହିରମହାମାୟୀ ପୂଜା ହୋଇଥିବା ବେଳେ ଆଡ଼ିସାହି ସମେତ ପାଣିଗ୍ରାହୀପାଲି ଓ ନିକଟସ୍ଥ ଭୁଲ୍କି, ଖଣ୍ଡିଆମୁଣ୍ଡା, କଞ୍ଚନପୁର ଏବଂଗିରିଶ୍ଚନ୍ଦ୍ରପୁରର ପ୍ରାୟ ୪ଶହ ଲୋକ ଅନ୍ନଭୋଗ ସେବନ କରିଥିଲେ । ଏମାନଙ୍କ ମଧ୍ୟରୁ ଅନେକେ ରବିବାର ସନ୍ଧ୍ୟାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସୋମବାର ସକାଳେ ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାରେ ଆକ୍ରାନ୍ତଙ୍କ ଭିଡ଼ ଲାଗିଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେକେତେକଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ୧୦୮ ଯୋଗେ ନାକ୍ଟିଦେଉଳ ନିଆଯାଇଥିଲା ।

Leave A Reply

Your email address will not be published.