OnaKhabar

ଆଜି ବିଜେପିରେ ମିଶିବେ ଖାରବେଳ ସ୍ୱାଇଁ

0 33

ଭୁବନେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିବେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହେବେ ବୋଲି ଆଜି ସୂଚନା ମିଳୁଛି । ତେବେ ରବିବାର ଦିନ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ସମେତ ଶତାଧିକ ନେତା ଓ କର୍ମୀ ବିଜେପିରେ ମିଶିଥିଲେ । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ,ଡାକ୍ତର ଦାମୋଦର ରାଉତ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହା ପୂର୍ବରୁ ଡା.ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା ଓ ପ୍ରକାଶ ବେହେରା ମଧ୍ୟ ବିଜେପିରେ ମିଶିଥିଲେ । ତେବେ ଆଉ କିଛି ଦିନରେ ନିର୍ବାଚନ ଥିବା ବେଳେ ପ୍ରମୁଖ ଦଳମାନଙ୍କର ବିଧାୟକ ଓ ସାଂସଦମାନେ ନିଜ ସ୍ୱାର୍ଥ ଲାଗି ଦଳ ବଦଳୁଥିବାର ଦେଖିବାକୁ ମିଳୁଛି |

https://www.onakhabar.com/kharbela-critisced-to-mamta-banarji/

 

Leave A Reply

Your email address will not be published.