OnaKhabar

କମେଡି କିଙ୍ଗ କପିଲ ଧନ୍ୟବାଦ ଦେଲେ ଅକ୍ଷୟଙ୍କୁ ସରପ୍ରାଇଜ ଭିଜିଟ ପାଇଁ

0 16

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଖିଲାଡି କୁମାର ଅକ୍ଷୟଙ୍କ ସହ ତାଙ୍କର ଏକ ଫଟୋ ନିକଟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଅକ୍ଷୟଙ୍କ ସହ ତାଙ୍କ ଫଟୋକୁ ଇନଷ୍ଟାରେ ସେୟାର କରତିଛନ୍ତି । ସେଥିରେ ପୁଣି ତାଙ୍କ ପତ୍ନୀ ଗିନ୍ନି ମଧ୍ୟ ତାଙ୍କୁ ଏକ ସରପ୍ରାଇଜ ଭିଡିଓ କରିଥିବାରୁ କପିଲ ତାଙ୍କୁ ଧନ୍ୟବାଦ ଦେଇଛନ୍ତ । ଏଥିସହ ଅକ୍ଷୟଙ୍କ ନୂଆ ଚଳଚ୍ଚିତ୍ର ‘କେଶରୀ’ ନିଶ୍ଚୟ ଦେଖିବାକୁ ଯିବେ ବୋଲି କହିଛନ୍ତି ।
ଫଟୋଟି ସେୟାର କରି କପିଲ ଲେଖିଛନ୍ତି, ‘କେଶରୀ ଚଳଚ୍ଚିତ୍ର ବୃହତ ଏବଂ ଗ୍ରାଣ୍ଡ ଓପେନିଂ ପାଇଁ ଅଭିନନ୍ଦନ । ଏହି ଚଳଚ୍ଚିତ୍ରକୁ ଦେଖିବା ପାିଁ ଅପେକ୍ଷା କରିପାରିବିନି ବୋଲି ମଧ୍ୟ କହିଛନ୍ତି କପିଲ । ତା ପରେ ଲେଖିଛନ୍ତି ସରପ୍ରାଇଜ ଭିଜିଟ ପାଇଁ ଧନ୍ୟବାଦ’ ।
କପିଲ ସେୟାର କରିଥିବା ଫଟୋରେ ପତ୍ନୀ ଗିନିଙ୍କ ସହିତ ପଞ୍ଜାବୀ ଗୁରପିତ ଘୁଗି ବି ଦେଖିବାକକୁ ମିଳିଛନ୍ତି ।
ଏହା ମଧ୍ୟ କହିଛନ୍ତି ଅକ୍ଷୟଙ୍କ ଅଭିନେତା ଜୀବନର ‘କେଶରୀ’ ହେଉଛି ଦ୍ୱତୀୟ ବୃହତ ଓପନର ଚଳଚ୍ଚିତ୍ର । ଯେଉଟାପକି ପ୍ରଥମ ଦିନରେ ଅକ୍ଷୟଙ୍କ ଏହି ଚଳଚ୍ଚିତ୍ର ୨୧.୫ହ କୋଟି ବ୍ୟସାୟ କରି ରେକର୍ଡ କରିଛି ବକ୍ସ ଅଫିସରେ ।

https://www.onakhabar.com/sidhu-quit-the-kapil-sharma-show/

Leave A Reply

Your email address will not be published.