OnaKhabar

ଇଦାଇ ବାତ୍ୟା: ଆଫ୍ରିକାରେ ମୃତ୍ୟୁ ସଂଖ୍ୟା ୭୫୦ କୁ ବୃଦ୍ଧି

0 15

ବେଇରା(ମୋଜାମବିକ୍ୟୁ): ଇଦାଇ ବାତ୍ୟା ଓ ବନ୍ୟାରେ ଆଫ୍ରିକାର ଦକ୍ଷିଣାଞ୍ଚଳ ଦେଶ ମୋଜାମବିକ୍ୟୁ, ଜିମ୍ବାୱେ, ମାଲାୱିରେ ମୃତ୍ୟୁ ସଂଖ୍ୟା ୭୫୦କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୧୫ ମଧ୍ୟ ରାତ୍ରରେ ‘ଇଦାଇ’ ମୋଜାମବିକ୍ୟୁର ବେଇରା ସହରରେ ଭୂପୃଷ୍ଠ ଛୁଇଁଥିଲା । ସେତେବେଳକୁ ପବନର ବେଗ ଘଣ୍ଟାକୁ ୧୭୫ କିଲୋମିଟର ଥିଲା । ବାତ୍ୟା ସହ ମୂଷଳ ଧାରାରେ ବର୍ଷା ହୋଇଥିଲା । ପରେ ଏହା ଜିମ୍ବାୱେ, ମାଲାୱି ଦେଶରେ ତାଣ୍ଡବ ରଚିଥିଲା । ମୂଷଳ ଧାରାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଘଟି ବନ୍ୟା ସୃଷ୍ଟି ହୋଇଛି । ଏହି ୩ ଦେଶରେ ବିଦ୍ୟୁତ ସରବାରାହ ବନ୍ଦ ଥିବାବେଳେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି । ଫଳରେ ଲୋକେ ଏବେ ହଇଜା ଓ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବାତ୍ୟା ଯୋଗୁଁ ମୋଜାମବିକ୍ୟୁରେ ୪୪୬, ଜିମ୍ବାୱେରେ ୨୫୯ ଏବଂ ମାଲାୱିରେ ୫୬ରୁ ଅଧିକ ଲୋକଙ୍କ ମଅତ୍ୟୁ ଘଟିଛି ।
ମୋଜାମବିକ୍ୟୁ ପରିବେଶ ମନ୍ତ୍ରୀ ସେଲ୍ସୋ କୋରେୟା କହିଛନ୍ତି ଯେ ଏବେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଜଳସ୍ତର କମିବା ପରେ ଆଉ ।ବ ମିଳିବ ବୋଲି ଆଶଙ୍କା କରାଯାଉଛି । ସେତେବେଳେ ମୃତ୍ୟୁ ୧୦୦୦ ପାର କରିପାରେ । ମୋଜାବିକ୍ୟୁରେ ଏବେ ୧.୧୦ ଲକ୍ଷ ଲୋକ ରିଲିଫ ଶିବିରରେ ଅଛନ୍ତି । ସଂକ୍ରାମକ ରୋଗ ବ୍ୟାପୁଥିବା ଯୋଗୁଁ ବନ୍ୟାରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହଇଜା ଓ ମ୍ୟାଲେରିଆ ରୋଗକୁ ରୋକିବା କଷ୍ଟକର ହୋଇପଡ଼ିଛି । ରାସ୍ତାଗୁଡିକ ନଷ୍ଟ ହୋଇଯାଇଥିବାରୁ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି । ଯେଉଥିପାପାଇଁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ପଠାଇବା କଷ୍ଟକର ହୋଇପଡିଛି । ମିଳିତ ଜାତିସଂଘର ମାନବଧିକାର ଦଳ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଔଷଧ ଏବଂ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇଛି । ଡ୍ରୋନ ଯୋଗେଁ ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପ୍ରଭାବିତ ଅଞ୍ଚଳଗୁଡିକରେ ରିଲିଫ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମିଳିତ ଜାତିସଂଘ ମାନାବାଧିକାର ଅଭିଯାନ ଉପ ନିଦେଶକ ରୋଡସ ଷ୍ଟେମ୍ପା କହିଛନ୍ତି ।

https://www.onakhabar.com/china-bus-fire-26-dead/

Leave A Reply

Your email address will not be published.