OnaKhabar

୩ ଦଳ ସହ କଂଗ୍ରେସର ବୁଝାମଣା,୪ ବିଧାନସଭା ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ

0 26

ଭୁବନେଶ୍ୱର: କଂଗ୍ରେସର ବାମପନ୍ଥୀ ଓ ଜେଏମଏମ ସହ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । କିନ୍ତୁ ଯେତିକି ଆସନ ଲାଗି ଆଲୋଚନା ହୋଇଥିଲା ଶେଷ ମୁହୂର୍ତ୍ତରେ ତାହା ସମ୍ଭବ ହୋଇପାରିନାହିଁ । ୧୦ଟି ବିଧାନସଭା ଆସନ ବଦଳରେ କଂଗ୍ରେସ ୩ ସହଯୋଗୀ ଦଳଙ୍କୁ ୭ ବିଧାନସଭା ଆସନ ଛାଡ଼ିଛି । ସିପିଏମ ସହ ୨ଟି ଆସନରେ ଓ ଜେଏମଏମ ସହ ୨ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବନ୍ଧୁତ୍ୱପୂର୍ଣ୍ଣ କଥା କହୁଥିଲେ ବି ଏହି ୪ ଆସନରେ ଉଭୟ ପକ୍ଷ ସହମତ ହେବାରେ ଫେଲ ମାରିଛନ୍ତି । ସିପିଆଇ, ସିପିଏମ ଓ ଜେଏମଏମକୁ ଗୋଟିଏ ଲେଖାଏଁ ଲୋକସଭା ଆସନ ଛାଡ଼ିବାକୁ ସ୍ଥିର ହୋଇଥିଲା । ତାହା ବଳବତ୍ତର ରହିଛି । ଉଭୟ ପକ୍ଷ ଏଥିରେ ସହମତ ହୋଇଛନ୍ତି । ସିପିଆଇକୁ ୩ ବିଧାନସଭା, ସିପିଏମକୁ ୩ ବିଧାନସଭା ଓ ଜେଏମଏମକୁ ୪ ବିଧାନସଭା ଛାଡ଼ିବା ପାଇଁ ଆଲୋଚନା ହୋଇଥିଲା । କିନ୍ତୁ ତାହା ସମ୍ଭଗବ ହେଲାନାହିଁ । ସିପିଆଇକୁ ୩ ବିଧାନସଭା ଆସନ ଛାଡ଼ିବା ବଳବର୍ତ୍ତର ରହିଥିବା ବେଳେ ସିପିଏମକୁ ଗୋଟିଏ ଆସନ ଓ ଜେଏମଏମକୁ ୩ଟି ଆସନ ଛାଡ଼ିଛି ।
ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସୂଚନା ଅନୁସାରେ ସିପିଆଇ ଆସ୍କା ଲୋକସଭା ସହ ଛତ୍ରପୁର, ବ୍ରଜରାଜନଗର ଓ ବୌଦ ବିଧାନସଭା ଆସନ କଂଗ୍ରେସ ଛାଡ଼ିଛି । ଏହି ଗୋଟିଏ ଲୋକସଭା ଓ ୩ ବିଧାନସଭା ଆସନରେ ସିପିଆଇକୁ କଂଗ୍ରେସ ସମର୍ଥନ ଦେବ ଅନ୍ୟ ସବୁ ଆସନରେ ସିପିଆଇ କଂଗ୍ରେସକୁ ସମର୍ଥନ ଦେବ ।
ସିପିଏମକୁ ଭୁବନେଶ୍ୱର ଲୋକସଭା ଆସନରେ ଓ ବଣେଇ ବିଧାନସଭା ଆସନରେ କଂଗ୍ରେସ ସମର୍ଥନ ଦେବ । ବଣେଇରେ ସିପିଏମର ବିଧାୟକ ଥିବାରୁ ସେ ଆସନ କଂଗ୍ରେସ ଛାଡ଼ିଛି । କିନ୍ତୁ ସିପିଏମ ରଣପୁର ଓ ନୀଳଗିରି ବିଧାନସଭା ଆସନ ଦାବି କରିଥିଲା । ହେଲେ କଂଗ୍ରେସ ଏହି ୨ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଥିବାରୁ ଏହି ଦୁଇ ସ୍ଥାନରେ ସିପିଏମ ପ୍ରାର୍ଥୀ ଦେବାକୁ ଚାହୁଁଥିବାରୁ ଏଠାରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ । ଅନ୍ୟ ଆସନରେ ସିପିଏମ କଂଗ୍ରେସକୁ ସମର୍ଥନ ଦେବ ।
ଜେଏମଏମକୁ ଦଳ ମୟୂରଭଞ୍ଜ ଲୋକସଭା ଆସନ ଏବଂ ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ସାରଣକଣା ବିଧାନସଭା ଆସନ କଂଗ୍ରେସ ଛାଡ଼ିଛି । କିନ୍ତୁ ଜେଏମଏମ ମୋରଡ଼ା ଓ ବୀରମିତ୍ରପୁରରେ ପ୍ରାର୍ଥୀ ଦେବାକୁ ଆଗ୍ରହୀ ଥିବାରୁ ଏହି ଦୁଇ ସ୍ଥାନରେ ଉଭୟ ପକ୍ଷଙ୍କ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ । ଅନ୍ୟ ଆସନରେ ଜେଏମଏମ କଂଗ୍ରେସକୁ ସମର୍ଥନ ଦେବ ।

Leave A Reply

Your email address will not be published.