OnaKhabar

ହାଇୱା- ବାଇକ ଧକ୍କା, ଜଣେ ମୃତ, ଜଣେ ଗୁରୁତର

72

ଜଗତସିଂହପୁର: ରାଜ୍ୟରେ ଗୋଟେ ପରୋ ଦୁର୍ଘଟଣା ଘଟି ଅନେକ ସାଧାରଣ ଜୀବନ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ପୁଣି ସେହିପରି ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି | ଏପରି ଅବାବନୀୟ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କନ୍ଦରପୁର-ମାଛଗାଁ ରାସ୍ତାର ଯୋଗଧାରୀ ନିକଟରେ | ଏକ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ବାଲିକୁଦା ଥାନା ତେରତାଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥୀ । ଆହତ ଜଣଙ୍କ ହେଲେ ଅଲାଭର ଶାସନ ଗ୍ରାମର ମୁନା ଦାସ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଆଜି ସକାଳେ ଉଭୟ ଏକ ବାଇକରେ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦିପୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ୍ ଘଟଣାର ତଦନ୍ତ କରୁଛି । ତେବେ ଏପରି ବାରମ୍ବାର ଦୁର୍ଘଟଣାକୁ ପ୍ରଶାସନ ବାରମ୍ବାର ଫେଲ ମାରୁଥିବାର ଦେଖିବାକୁ ମିଳୁଛି |

https://www.onakhabar.com/eldest-brother-kills-younger/