OnaKhabar

ପୂର୍ବ ଶତ୍ରୁତା ଲାଗି ଶଳାକୁ ହାଣିଲା ଭିଣୋଇ

77

ଢେଙ୍କାନାଳ: ସମ୍ପର୍କରେ ଲାଗିଲା ନିଆଁ | ଭିଣୋଇର କଟୁରି ଚୋଟରେ ଶଳାର ଜୀବନ ଯାଇଥିବାର ଅଭିଯୋଗ ହୋଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନଗେଶ ରାଉତ । ତାଙ୍କ ଭିଣୋଇ ହେଉଛନ୍ତି ଦୁର୍ଯ୍ୟୋଧନ ବିଶ୍ୱାଳ । ଏହି ଘଟଣାରେ ଦୁର୍ଯ୍ୟୋଧନର ସ୍ତ୍ରୀ ଓ ଶାଶୂ ବି ଆହତ ହୋଇଛନ୍ତି । ସେମାନେ ନଗେଶଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆହତ ହୋଇଛନ୍ତି | ଘରେ ସମସ୍ତେ ଶୋଇପଡ଼ିଥିବା ବେଳେ ଦୁର୍ଯ୍ୟୋଧନ ତା’ ଶଳା ଉପରେ ଆକ୍ରମଣ କରିଥିଲା । ସୂଚନାନୁଯାୟୀ, ପୂର୍ବରୁ ଦୁର୍ଯ୍ୟୋଧନ ଓ ନଗେଶଙ୍କ ମଧ୍ୟରେ ତିକ୍ତତା ଥିଲା । ଦୁର୍ଯ୍ୟୋଧନ ଦୋଳ ପୂର୍ଣ୍ଣିମାରେ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ପୂର୍ବ ଶତ୍ରୁତାରୁ ନଗେଶଙ୍କୁ ହତ୍ୟା କରିଛି । ସେ ୭ ଦିନ ହେଲା ସେଠାରେ ଥିଲା । ଦୁର୍ଯ୍ୟୋଧନ ଫେରାର ହୋଇଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି ।

https://www.onakhabar.com/car-runs-over-a-man-in-balasore/