OnaKhabar

ହାଇୱା ଧକ୍କାରେ ବାପ ମୃତ, ଝିଅ ଗୁରୁତର

60

ଯାଜପୁର: ରବିବାର ପୂର୍ବାହ୍ନରେ ଯାଜପୁର ସଦର ଥାନା ଅଞ୍ଚଳର ମଟରଛକ ନିକଟରେ ଗୋଟାଏ ହାଇଓ୍ଵା ଟ୍ରକ୍‌ ଧକ୍କା ଦେବାରୁ ଜଣେ ସ୍କୁଟର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି | ମୃତ ବ୍ୟକ୍ତିଜଣକ ହେଉଛନ୍ତି ସୁଜନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିହସାହି ଗ୍ରାମର ୫୩ ବର୍ଷିୟ ଗୋଲକ ସାହୁ । ସେ ତାଙ୍କ ବିବାହିତା ଝିଅ ବନିତାଙ୍କୁ ସ୍କୁଟରରେ ବସାଇ ହରିପୁର ଯାଉଥିଲେ । ସେତିକି ବେଳେ ପଛଆଡୁ ଗୋଟାଏ ହାଇଓ୍ଵା ଟ୍ରକ୍‌ ଆସି ତାଙ୍କୁ ଧକ୍କା ଦେଇ ଦ୍ରୁତ ବେଗରେ ଘଟଣାସ୍ଥଳରୁ ଚାଲିଗଲା । ଦୁର୍ଘଟଣାସ୍ଥଳରେ ହିଁ ଗୋଲକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ଓ ବନିତା ଆହତ ହୋଇଥିଲେ । ପରେ ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କିଛି ସମୟ ଧରି ରାସ୍ତା ଅବରୋଧ କରିଥିଲେ । ରାସ୍ତା ସମ୍ପ୍ରସାରଣ ନ ହେବା ଯାଏଁ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ସେମାନେ ଅଡ଼ି ବସିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା ଓ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଗୋଲକଙ୍କ ଶବକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣା ପଡିଛି ।

https://www.onakhabar.com/car-runs-over-a-man-in-balasore/