OnaKhabar

ସ୍କୁଲ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ ଓ ପାଞ୍ଚ ଗୁରୁତର

0 14

ଗଜପତି: ପୁଣି ସ୍କୁଲରେ ଦେଖାଦେଲା ଅବହେଳା | ଅଯଥାରେ ଗଲା ଜଣେ ସାଧାରଣ ଛାତ୍ରୀର ଜୀବନ | ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷଣୀ ବ୍ଲକ୍‌ ଅନ୍ତର୍ଗତ ଲାବଣ୍ୟଗଡ଼ ମାରଙ୍ଗି ପ୍ରାଥମିକ ବିଦ୍ୟାଳୟରେ | ଖାଦ୍ୟ ବିଷକ୍ରିୟା ଘଟିବା କାରଣରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିବାର ଅଭିଯୋଗ ହୋଇଛି ।
ମୃତ ଛାତ୍ରୀ ଜଣକ ହେଉଛନ୍ତି ଉଦୟଗିରି ଥାନା ଅନ୍ତର୍ଗତ ଏନ୍‌ ରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତ । ଗତ ରାତିରେ ଛାତ୍ରୀନିବାସରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଛଅ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ବାକି ପାଞ୍ଚଜଣଙ୍କୁ ଆଶା କର୍ମୀ ସୁଶୀଳା ଶବର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏହି ଖାଦ୍ୟ କେଉଁ ଦିନ ପ୍ରସ୍ତୁତ ହୋିଥିଲା ଏବଂ ଏଥିରେ କଣ ମିଶିଥିଲା ଯେ ଏପରି ବିଷାକ୍ତ ହୋଇ ଜଣଙ୍କର ଜୀବନ ଯିବା ସହ ପାଞ୍ଚ ଜଣ ଗୁରୁତର ହୋଇପଡିଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/jajpur-scooter-truck-crash-one-died-one-injured/

Leave A Reply

Your email address will not be published.