OnaKhabar

ପେଙ୍ଗସୁଇର ଏହି ଉପାୟରେ ଜୀବନରେ ମିଳିଥାଏ ସଫଳତା

0 18

ଭୁବନେଶ୍ୱର: ଜୀବନରେ ସଫଳତା ପ୍ରାପ୍ତି ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି । ମାତ୍ର ବହୁବାର ଏପରି ଦେଖାଯାଏ ଯେ , ବ୍ୟକ୍ତି କଠିନ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରିନଥାଏ । ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବାସ୍ତୁଶାସ୍ତ୍ର ରେ ଥିବା ପେଙ୍ଗସୁଇର । ପେଙ୍ଗସୁଇରେ କିଛି ଏମିତି ଉପାୟ ରହିଛି ଯାହାଫଳରେ ଆପଣଙ୍କ ଜୀବନରେ ସଫଳତା, ମାନସମ୍ମାନ, କର୍ମକ୍ଷେତ୍ରରେ ଉନ୍ନତି, ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ । ତେବେ ଜାଣନ୍ତୁ କଣ ରହିଛି ଉପାୟ…
ଲାଲ ବଲବ-
ଗୃହରେ ଦକ୍ଷିଣ ଦିଗରେ ନିୟମିତ ସନ୍ଧ୍ୟା ସମୟରେ ଲାଲ ରଙ୍ଗ ଦେଉଥିବା ବଲବ ଜଳାନ୍ତୁ । କାଠର ଟେବୁଲ ଲ୍ୟାମ୍ପରେ ଏହି ଲାଲ ରଙ୍ଗର ବଲବ ଲାଗିଥିଲେ ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
କ୍ରିଷ୍ଟାଲ ଗ୍ଲୋବ-
ବ୍ୟବସାୟରେ ଲାଭ ଓ ଖ୍ୟାତି ପାଇବା ପାଇଁ ନିଜ କାର୍ଯ୍ୟାଳୟର ଦକ୍ଷିଣ ଭାଗରେ ଏକ କ୍ରିଷ୍ଟାଲ ଗ୍ଲୋବ ଲଗାନ୍ତୁ ।
ଜଳ ସ୍ରୋତର ଚିତ୍ର-
ଦକ୍ଷିଣ ଦିଗରେ ଜଳ ସ୍ରୋତର କିମ୍ବା ଜଳ ସହ ସମ୍ବନ୍ଧିତ ଯେକୌଣସି ଚିତ୍ର ଲଗାନ୍ତୁ ନାହିଁ । ଏହାଦ୍ୱାରା କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ । ଯେଉଥିପାଇଁ ସଫଳତା ମିଳିପାରି ନଥାଏ
ୱିଣ୍ଡ ଚାଇମ-
ନିଜ କାର୍ଯ୍ୟାଳୟରେ ଦକ୍ଷିଣ ଭାଗରେ ୯ ଗୋଲେଇ ବିଶିଷ୍ଟ କାଠରେ ନିର୍ମିତ ୱିଣ୍ଡ ଚାଇମ ଲଗାନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।

https://www.onakhabar.com/peepal-tree-benifits/

Leave A Reply

Your email address will not be published.