OnaKhabar

ରାଉରକେଲାରୁ କଂଗ୍ରେସ ଟିକେଟରେ ଲଢ଼ିବେ ଚାଲି ଚାଲି ଦିଲ୍ଲୀ ଯାଇଥିବା ମୁକ୍ତିକାନ୍ତ ବିଶ୍ୱାଳ

ଭୁବନେଶ୍ୱର : ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ମୁହଁକୁ ଦେଇଛି କଂଗ୍ରେସ । ଚଳିତ ଥର ରାଉରକେଲା ମୈଦାନକୁ ଓହ୍ଲାଇବେ ବ୍ରହ୍ମଣୀ ନଦୀ ପୋଲ ଓ ଆଇଜିଏଚ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ବିଶ୍ୱାଳ ।
ମୁକ୍ତିକାନ୍ତ ହତରେ ତ୍ରିରଙ୍ଗା ଧରି ଓଡ଼ିଶାରୁ ବାହାରି ଝାଡଖଣ୍ଡ,ବିହାର, ଉତ୍ତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚି ସମଗ୍ର ଦେଶର ନଜରକୁ ଆସିଥିଲେ । ସେତେବେଳେ କଂଗ୍ରେସ ଏହାକୁ ଏକ ବଡ଼ କ୍ୟାମ୍ପେନ ଭାବେ ଠିଆ କରିଥିଲେ ।
ସୂଚନାନଚଯାୟୀ ସେତେବେଳେ ମୁକ୍ତିକାନ୍ତଙ୍କ ସେହି କ୍ୟାମ୍ପନ କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିଥିଲେ । ଉକ୍ତ ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ, ପ୍ରଦାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।
ରାଜନୀତିରେ ବିଲକୁଲ ଅଭିଜ୍ଞତା ନ ଥିଲେ ମଧ୍ୟ ମୁକ୍ତିକାନ୍ତ ରାଉରକେଲା ତଥା ରାଜ୍ୟ ପାଇଁ ବେଶ ଜଣାଶୁଣା ହୋଇଛନ୍ତି । ତେଣୁ ଏହାକୁ ଭିତି କରି କଂଗ୍ରେସ ଏଭଳି ପଦକ୍ଷେପ ନେଇଛି ବୋଲି ଜଣାପଡିଛି । ସେପଟେ ରାଉଣକେଲାରୁ ଚଳିତ ଥର ସାରଦା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରି ଛିଡା କରିଛି ବିଜେଡି । ଏବଂ ନିହାର ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୪ରେ ରାଉରକେଲା ଗଡ଼ ଅକ୍ତିଆର କରିଥିଲେ ଦିଲ୍ଲୀପ ରାୟ । ହେଲେ ୨୦୧୮ ନଭେମ୍ବର ମାସରେ ସେ ଦଳରୁ ଇସ୍ତଫା ଦେଇଥିଲେ ।
ମିଳିଥିବା ସୂଚନାନୁଯାୟୀ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା ଆଉ ସେଥିପାଇଁ ଦଳ ଛାଡିଥିଲେ ଦିଲ୍ଲୀପ

https://www.onakhabar.com/pratyusha-rajeswari-singh-will-join-congress-said-niranjan/