OnaKhabar

ଇରାକ: ଡଙ୍ଗା ବୁଡ଼ି ୧୯ ଶିଶୁଙ୍କ ସମେତ ୧୦୦ ମୃତ

0 24

ଇରାକ : ଇରାକରେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି | ଟିଗରିସ ନଦୀରେ ଡଙ୍ଗା ଓଲଟି ୧୦୦ ଜଣଙ୍କର ମୃତ୍ୟୁ ଘଟିଛି | ଏଥିରେ ୧୯ ଜଣ ଶିଶୁ ଅଛନ୍ତି | ମୃତକଙ୍କ ମଧ୍ୟରେ ଅନେକ ମହିଳା ମଧ୍ୟ ଅଛନ୍ତି | ରିପୋର୍ଟ ଅନୁସାରେ ୬୧ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି | ୫୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି | ବସନ୍ତ ଋତୁ ଆସିଲେ ମୋସୁଲ ସହରରେ ନୂଆବର୍ଷ ପାଳନ କରାଯାଏ । ଏଣୁ ନୂଆବର୍ଷ ଖୁସି ମନାଇବା ପାଇଁ ସହରର ଲୋକେ ଟିଗରିସ ନଦୀରେ ଡଙ୍ଗାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପରମ୍ପରା ଅନୁସାରେ ପ୍ରତି ବର୍ଷ ଭଳି  ଏବର୍ଷ ମଧ୍ୟ ସହରର ଲୋକମାନେ ନୂଆବର୍ଷ ପାଳନ କରିବାପାଇଁ ଡଙ୍ଗାରେ ଯାତ୍ରା କରି କରିଥିଲେ । ଶତାଧିକ ଲୋକ ଏଥିରେ ଭାଗ ନେଇଥିଲେ | କିନ୍ତୁ ଦୁର୍ଭାଗ୍ୟକୁ ଡଙ୍ଗାଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ଥିବା ଲୋକଙ୍କ ମଧୁରୁ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ପୁରା ସହରରେ ଶୋକାକୁଳ ପରିସ୍ଥିତି ଶୃଷ୍ଟି ହୋଇଛି |

ଫଳରେ ପ୍ରଧାନମନ୍ତ୍ରୀ ଆଦେଲ ଆବଦେଲ ମାହଦୀ ତିନି ଦିନ ପାଇଁ ଦେଶରେ ଜାତୀୟ ଶୋକ ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । ସେ ଘଟଣାର ତଦନ୍ତ ଆଦେଶ ମଧ୍ୟ ଦେଇଛନ୍ତି । ବସନ୍ତ ଋତୁର ଆଗମନ ଅବସରରେ ଲୋକମାନେ ନଦୀ ଆରପାରିରେ ଥିବା ପିକନିକସ୍ଥଳକୁ ଯାଉଥିଲେ । ହେଲେ ଡଙ୍ଗାଟିରେ ଅଧିକ ଲୋକ ଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.