OnaKhabar

ପାରିବାରିକ କଳହ ଲାଗି ସ୍ତ୍ରୀକୁ ବିଷ ପିଆଇଲା ସ୍ୱାମୀ

0 13

ଅନୁଗୁଳ: ମହିଳାଙ୍କୁ ନେଇ ସରକାର ଯେତେ ପ୍ରକାରର ଯୋଜନା କରିଲେ ମଧ୍ୟ ମହିଳାମାନଙ୍କୁ ଏହି ସମାଜ କେବେ ଭଲ ଦୃଷ୍ଟିରେ ଦେଖିପାରିବ ନାହିଁ | ତେବେ ପୁଣି ଆଜି ସେହିପରି ଏକ ଲଜ୍ଜ୍ୟଜନକ କାଣ୍ଡ ଘଟିଥିବାର ସୂଚନା ମିଳିଛି | ଅନୁଗୁଳ ଜିଲ୍ଳା ପୁରୁଣାକୋଟରେ ମୁର୍ମୂଷ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । କେଉଁ ପରିସ୍ଥିତିରେ ମହିଳାଙ୍କୁ ଏପରି ଅବସ୍ଥା କରାଯାଇଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନୁଗୁଳ ଜିଲ୍ଳା ପୁରୁଣାକୋଟ ଗୁରୁଧି ନିକଟରୁ ମୁର୍ମୂଷ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି । ଗତକାଲି ସ୍ୱାମୀଙ୍କ ସହ ପୀଡ଼ିତା ମହିଳାଙ୍କ ଝଗଡ଼ା ହୋଇଥିଲ । ଏହା ପରେ ମହିଳା ଜଣକ ଘରୁ ବାହାରି ବନ୍ତଳା ଥାନା ସାରଙ୍ଗପୁର ପଳାଇ ଆସିଥିଲେ । ପରେ ମହିଳାଙ୍କୁ ପାଂଚଜଣ ଜବରଦସ୍ତ ବିଷ ପିଆଇଥିବା ଅଭିଯୋଗ ଅଭିଯୋଗ କରାଯାଇଛି । ଉଦ୍ଧାର ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ନାବାଳକ ପୂଅ ଏନେଇ ସୂଚନା ଦେଇଛି । କେଉଁ ପରିସ୍ଥିତିରେ ମହିଳାଙ୍କୁ ଏପରି ଅବସ୍ଥା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/two-families-clash-in-balasore-8-members-injuired/

 

Leave A Reply

Your email address will not be published.