OnaKhabar

ବିଜେପିକୁ ବଡ଼ ଝଟକା, ଅରୁଣାଚଳରେ ଦଳ ଛାଡ଼ିଲେ ୨ମନ୍ତ୍ରୀ, ୧୨ବିଧାୟକ

66

ଇଟାନଗର(ଓଏନଏ) :ନିର୍ବାଚନ ଠିକ ପୂର୍ବରୁ ବିଜେପିକୁ ଅରୁଣାଚଳ ପ୍ରଦେଶରେ ବଡ଼ ଝଟକା ଲାଗିଛି । ଅରୁଣାଚଳ ପ୍ରଦେଶରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପିର ୨ ଜଣ ମନ୍ତ୍ରୀ ଏବଂ ୧୨ଜଣ ବିଧାୟକ ଦଳ ତ୍ୟାଗ କରି ମେଘାଳୟ ମୁଖ୍ୟମନ୍ତ୍ରୀ କେ.ଏମ ସାଂଗମାଙ୍କ ଦ୍ୱାରା ଗଠିତ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)ରେ ଯୋଗ ଦେଇଛନ୍ତି ।
ସୂଚନାନୁଯାୟୀ ରାଜ୍ୟ ଗୃହ ମନ୍ତ୍ରୀ କୁମାର ୱାଇ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜାରକାର ଗାମଲିନ ଏବଂ ଅନ୍ୟ ବିଧାୟକଙ୍କୁ ବିଜେପି ଟିକେଟ ଦେବାକୁ ମନା କରିଦେଇଥିଲା । ଏହା ପରେ ମନ୍ତ୍ରୀ ଓ ବଧାୟକମାନେ ବିଦ୍ରୋହକୁ ଓହ୍ଲାଇଥିଲେ । ୱାଇ ଅଭିଯୋଗ କରିଥିଲେ ଯେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇଛି । ଲୋକଙ୍କ ମନରେ ବିଜେପି ପାଇଁ ଆଉ ସମ୍ମାନ ନାହିଁ ଓ ବିଜେପି ତାର ପ୍ରତିଷ୍ଠା ହରାଇ ସାରିଲାଣି । କେବଳ ନିର୍ବାଚନ ଲଢିବେ ନାହିଁ ବରଂ ଅରୁଣଚଳରେ ସେ ଏନପିପି ସରକାର ଗଠନ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ(ପିପିଏ)ର ଜଣେ ବିଧାୟକ ଏବଂ ବିଜେପିର ଅନ୍ୟ ୧୯ ନେତା ଏନପିପିରେ ସାମିଲ ହୋଇଛନ୍ତି ।

https://www.onakhabar.com/two-akshay-entry-to-bjp-party/