OnaKhabar

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

0 14

ଢେଙ୍କାନାଳ : ବରିଷ୍ଠ ନେତା ନବୀନ ନନ୍ଦ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକଙ୍କ ଉପସ୍ଥିତିରେ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କୁ ଗଁଦିଆ ବିଧାନସଭାର ପ୍ରାର୍ଥୀ ଭାବେ ଚୟନ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଢେଙ୍କାନଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହେବା କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ,ସଂକ୍ରାନ୍ତରେ ନବୀନ ମଧ୍ୟ କହିଥିଲେ କି, ସେ କଂଗ୍ରେସରେ ମିଶିବା ସମ୍ଭାବନ ରହିଛି । ଏନେଇ ଚର୍ଚ୍ଚା ବି ଜୋର ରହିଛି ।
ଉଲ୍ଲେଖ ଥାଉ କି, କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଥିଲା । ବ୍ରବସାୟ କାମରେ ସେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ୱାରା ଗିରଫ ହେବା ଘଟଣା ଜଣାପଡିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା । ଏହା ପରେ ନନ୍ଦଙ୍କୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା ।

https://www.onakhabar.com/pruthiballav-is-not-intrested-to-contest-election-says-pcc-president-niranjan/

Leave A Reply

Your email address will not be published.