OnaKhabar

ନିର୍ବାଚନ ଡିୟୁଟିରେ ଯିବାକୁ ବାରଣ କରିବାରୁ ପତ୍ନୀଙ୍କୁ ହତ୍ୟା କଲେ କନେଷ୍ଟବଳ

0 21

ନୂଆଦିଲ୍ଲୀ : ଛତିଶଗଡ଼ ଅନ୍ତର୍ଗତ ଜଗଦଳପୁର ସହରର ଦାମ୍ପତ୍ୟ କଳହ ଯୋଗୁଁ ଜଣେ ‘କୋବ୍ରା’(କମାଣ୍ଡୋ ବାଟାଲେିୟନ ଫର ରିସୋଲ୍ୟୁଟ ଆକସନ)ର ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି ।
ସିଆରପିଏଫ ୨୦୧ କୋବ୍ରା ବାଟାଲିଆନର ସରକାରୀ କ୍ୱାର୍ଟର୍ସରେ କନେଷ୍ଟବଳ ଗୁରୁବାରୀ ସିଂହ ତାଙ୍କର ପତ୍ନୀ ଅନୁପ୍ରିୟା ଗୌତମଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା କଥା ଜଣାପଡିଛି ।
ସୂଚନାନୁଯାୟୀ ଗୁରୁବାରୀ ସିଂହ ନିର୍ବାଚନ ଡିୟୁଟିରେ ଯିବାକୁ ନେଇ ଗତ ୧୬ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ସେଥିରେ ଗୁରୁବାରୀ ରାଗିଯାଇ ଏପରି କରିଥିବା କହିଛନ୍ତି ପୁଲିସ ଅଧିକାରୀ ।
ତ୍ୟାକାଣ୍ଡ ପରେ ସିଂହ ଥାନାକୁ ଯାଇ କହିଥିଲେ କି, ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ବୋଲି । ଅପରାଧ ଉଦ୍ଦେଶ୍ୟ ସଂକ୍ରାନ୍ତରେ ପୁଲିସ କିଛି କହି ନାହିଁ । ହେଲେ ଏବେ ସିଂହଙ୍କୁ ଧାରା ୩୦୨ ଓ ୨୦୧ ଆଧାରରେ ବୁକ କରାଯାଇଛି । ସମ୍ପ୍ରତି ତାଙ୍କୁ ଜୁଡିସିଆଲ ରିମାଣ୍ଡରେ ଜେଲ ପଠାଇ ଦିଆଯାଇଛି ।

https://www.onakhabar.com/husband-attack-to-his-wife/

Leave A Reply

Your email address will not be published.