OnaKhabar

ଆଜି ମେଷ ରାଶିର ବ୍ୟକ୍ତିମାନେ ସତସଙ୍ଗରେ ଯୋଗ ଦେଇ ଖୁସି ହୋଇପାରନ୍ତି, ଜାଣନ୍ତୁ ଅନ୍ୟ ରାଶି ବିଷୟରେ

0 30

ମେଷ :ସତସଙ୍ଗରେ ଯୋଗଦେଇ ଖୁସି ହୋଇପାରନ୍ତି । ପରଚର୍ଚ୍ଚାରୁ ବରତ ହେଲେ ମାନ୍ୟ ମିଳିବ । କର୍ମ ତଞ୍ଚକତା ପ୍ରକାଶ ପାଇବ । ମନରେ ପ୍ରସନ୍ନତା ଦେଖାଇବା ପାରେ । ପୂଜାର୍ଚ୍ଚନାରେ ଲିପ୍ତ ହୋଇ ସୁଖ, ଶାନ୍ତିରେ ରହିବ
ବୃଷ: ଦୁଃସାହସିକ କାର୍ଯ୍ୟ କରି ଉପକୃତ ହେବେ । ଲାଗି ରହିଥିବା ବିବାଦର ସୁସମାଧାନ ହେବ । ମଧ୍ୟମ ଧରଣର ଶୁଭଫଳ ମିଳିବ । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ସରକାରୀ ଓ ବେସରକାରୀ ସହାୟତା ପାଇ ଉତଫୁଲିତ ହେବେ ।
ମିଥୁନ: ହଜିଥିବା ଦ୍ରବ୍ୟ ଖୋଜିଲେ ନିଶ୍ଚିତ ମିଳିବ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆଶ ଫଳବତୀ ହେବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଅର୍ଥ ପ୍ରପ୍ତେିର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ ।
କର୍କଟ:ନିଜ କାର୍ଯ୍ୟରେ ନିଜେ ମଜ୍ଜି ରହିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ବହୁଧନ ଲାଭ ହୋଇପାରେ । ପୁତ୍ର ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ବଂଶରୁ କନ୍ୟାରତ୍ନ ଆଣିପାରନ୍ତି । ସୁଖୀ ହେବେ ।
ସିଂହ:ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶନୁରୁପ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବ । ସରକାରୀ ଓ ବନ୍ଧୁ ସହାୟତାରେ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।କନ୍ୟା: ବ୍ୟୟର ପରିମାଣ ଅଧିକ ହୋଇପାରେ ।ଶୁଭା ଶୁଭ ମିଶ୍ରିତ ଫଳ ମିଳିବ । ଭ୍ରାତୃଭାବ ଅତୁଟ ରହିବ ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହି ଲୋକମାନଙ୍କର ମନ କିଣି ପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ ।
ତୁଳା: ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ-ଶନ୍ତି ଅବ୍ୟାହତ ରହିବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ଷଳାକପ୍ରିୟତା ଅର୍ଜନ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ସମ୍ମାନିତ ହେବେ ।
ବିଛା: ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ପରବର୍ତ୍ତି ସମୟରେ ତା’ର ମୂଲଁ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସେବକ ମନୋବୃତ୍ତିର ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥ ପାଇବେ ।
ଧନୁ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ େ୪ତ୍ରରେ ସର୍ତ୍ତକ ରହିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବାଣିଜ୍ୟରୁ ଲାଭ ମିଳିବ ।
ମକର: ଅର୍ତ ପ୍ରାପ୍ତିର ଆଶା, ଆଶରେ ହିଁ ରହିଯିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗ୍ୟବାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ପାରିବାରିକ ସୁଖ,ଶାନ୍ତି ଅବ୍ୟାହିତ ରହିବ । ଶୁଭକାର୍ଯ୍ୟ ପାଇଁ ସମ୍ରୟ ଅନୁକୂଳ ଅଛି ।
କୁମ୍ଭ: ଆଶା ଫଳବତୀ ହେବ । ଉପୁଜି ଥିବା ସମସ୍ୟା ଦୂର ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ସାଧନାରେ ସିଦ୍ଧି ପ୍ରାପ୍ତ ହେବ । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି ସତସଙ୍ଗୀ ହେବେ ।
ମୀନ: ସହଯୋଗୀମାନଙ୍କୁ ମନାଇ କାର୍ଯ୍ୟ ଆଦାୟ କରିବେ ।ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି ।ନୀତିନିଷ୍ଠ ହେବେ । ଯୁଦ୍ଧପ୍ରିୟ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି । ଚତୁର ଓ ଧନଯୁକ୍ତ ହେବେ ।

ଆହୁରି ପଢନ୍ତୁ

Leave A Reply

Your email address will not be published.