OnaKhabar

ଅସନ୍ତୋଷ ଜାହିର କଲେ ସୁମିତ୍ରା

48

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ନେଇ ଏବେ ସବୁ ଦଳରେ ଅସନ୍ତୋଷ ଦେଖାଦେଇଛି । ବିଜେଡି ଓ କଂଗ୍ରେସ ପ୍ରଥମ ପ ର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷମା କରିଛନ୍ତି । ଉଭୟ ଦଳରେ ତାଲିକା ପ୍ରକାଶ ପରେ ବିଦ୍ରୋହୀ ସୃଷ୍ଟି ହୋଇଛନ୍ତି । ଏଥିରେ କଂଗ୍ରେସ ମହିଳା ଶାଖାର ରାଜ୍ୟ ସଭାନେତ୍ରୀ ସୁମିତ୍ରୀ ଜେନା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ସେ ଏକ ପ୍ରକାର ଦଳର ନେତୃତ୍ୱକୁ କଡା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । କଂଗ୍ରେସ ମହିଳାମାନଙ୍କୁ ଗୁରୁତ୍ୱ ଦେଉନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଚେତାଇ ଦେଇଛନ୍ତି ସେ ଭଦ୍ରକ ବିଧାନସଭା ଆସନରୁ ଆଶାୟୀ ଥିବାରୁ ତାଙ୍କୁ ଟିକେଟ ନ ମିଳିଲେ ସେତେବେଳେ ପରିସ୍ଥିତି କଣ ହେବ ସମୟ କହିବ ବୋଲି ଶ୍ରୀମତୀ ଜେନା କହିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ୫୨ ଜଣ ମହିଳାଙ୍କ ନାଁ ସୁପାରିଶ କରିଛୁ- ସୁମିତ୍ରା । ସେହି ଅନୁସାରେ ପ୍ରାର୍ଥୀ ନ କଲେ ଆମେ ସ୍ୱର ଉତ୍ତୋଳନ କରିବୁ । ପ୍ରଥମ ପର୍ଯ୍ୟାୟରେ ଜଣେ ମହିଳାଙ୍କୁ ଟିକେଟ ଆମକୁ ନିରାଶ କରିଛି । ମୁଁ ବି ଭଦ୍ରକ ବିଧାନସଭା ନିର୍ବାମଣ୍ଡଳୀରୁ ଟିକେଟ ପାଇଁ ଆଶାୟୀ । ଟିକେଟ ନ ମିଳିଲେ ଆଗକୁ କଣ ହେବ ସମୟ କହିବ ବୋଲି ସେ କହିଛନ୍ତି ।

https://www.onakhabar.com/tara-prasad-bahini-pati-de-satisfied-about-his-party/