OnaKhabar

ଭ୍ରଷ୍ଟାଚାରୀ ବିଜେଡି ସରକାରର ଅନ୍ତ ପାଇଁ ଉତ୍କଳ ଭାରତ ସଙ୍କଳ୍ପବଦ୍ଧ : ଖାରବେଳ

57

ଭୁବନେଶ୍ୱର :  ଦୀର୍ଘ ୧୯ ବର୍ଷ ପୂର୍ବେ ଓଡ଼ିଶାର ଜନସାଧାରଣ ବହୁ ଆଶା ଆକାଂକ୍ଷା ନେଇ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଶାସନଭାର ଦେଇଥିଲେ । ସେତେବେଳେ ଘୋର ଭ୍ରଷ୍ଟ ଶାସନରେ ରାଜ୍ୟବାସୀ ଅଣନିଶ୍ୱାଶୀ ହୋଇଯାଇଥିଲେ । ଅତଏବ ନବୀନ ବାବୁ ସୁଶାସନ ଦେବେ ବୋଲି ରାଜ୍ୟବାସୀ ଆଶା କରିଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯୋଗୁ ଆଜି ରାଜ୍ୟରେ ବହୁମୁଖୀ ସମସ୍ୟା ସୃଷ୍ଟି ହୋଇଛି ବୋଲି ଉତ୍କଳ ଭାରତର ରାଜ୍ୟ ସଭାପତି ମହା ମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି ।
ଆଜି ଭୁନେଶ୍ୱର ସ୍ଥିତ ସାମ୍ବାଦିକ ଭବନ ଠାରେ ଉତ୍କଳ ଭାରତର ରାଜ୍ୟ କାର୍ଯ୍ୟକର୍ତ୍ତା ସମ୍ମିଳନୀର ଉଦଘାଟନୀ ଭାଷଣରେ ଖାରବେଳ ସ୍ୱାଇଁ ଦୃଢ଼ୋକ୍ତି କରିଛନ୍ତି ଯେ, ଦୀର୍ଘ ୧୯ବର୍ଷରୁ ଉଦ୍ଧ୍ୱର୍ ହେବ ଓଡ଼ିଶାକୁ ନୀରଙ୍କୁଶ ଭାବେ ଶାସନ କରିଚାଲିଥ ବିଜେଡିକୁ ଏକ ଭ୍ରଷ୍ଟାଚାର, ଦୁର୍ନୀତିଗସ୍ତ ଓ ଅପାରଗ ବୋଲି ସେ ବର୍ଣ୍ଣନା କରିଛନ୍ତି । ରାଜ୍ୟର ଏହି ଶାସକ ଦଳର ନେତୃତ୍ୱ କୌଣସି ଦୂରଦୃଷ୍ଟି ବା ଦକ୍ଷତା ପ୍ରଦର୍ଶନ କରିପାରିନାହାନ୍ତି । ଟଙ୍କିକିଆ ଚାଉଳ, ଭାତ ଡାଲମା ଓ ମୋବାଇଲ ଇତ୍ୟାଦି ବାଣ୍ଟୁଥିବା ଏହି ସରକାର ଆଜି ଓଡ଼ିଆମାନଙ୍କୁ ଏକ ଛତ୍ରଖିଆ ଜାତିରେ ପରିଣତ କରିଦେଇଛି । ଆଳସ୍ୟ ଏ ଜାତିର ମୁଖ୍ୟ ବିଳାସ ହୋଇଯାଇଛି । ଏଥିପାଇଁ କୃଷି ଉତ୍ପାଦନରେ ଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିିଲନାଡ଼ୁ ଓ ଏପରିକି ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶଠାରୁ ପଛରେ ପଡ଼ିଛି ।
ପୁନଶ୍ଚ ସେ କହିଛନ୍ତି ଯେ, ବିଜେଡି ଶାସନରେ ଦୁର୍ନୀତି ଚରମସୀମାରେ ପହଞ୍ଚଗଲାଣି । ଚି଼ଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଓ ଗିରଫ ହୋଇଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଆଡଭୋକେଟ ଜେନେରାଲ, ଅଭିନେତା ଆଦି ସମସ୍ତେ ହେଉଛନ୍ତି ବିଜେଡିର । କେବଳ ଏହିମାନଙ୍କୁ ରକ୍ଷାକରିବା ପାଇଁ ୨୦୧୫ରେ ଲୋକାୟୁକ୍ତ ଆଇନ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇ ସାରିଥିଲେ ମଧ୍ୟ ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ହେଉନାହିଁ । ପଞ୍ଚାୟତ ସ୍ତରରେ ଭତ୍ତା, ଇନ୍ଦୀରା ଆବାସ, ବିଜୁ ପକ୍କାଘର ଯୋଜନା, ରାସ୍ତାକାମ ଓ ପାଇଖାନା ନିର୍ମାଣରେ ବ୍ୟାପକ ଲାଞ୍ଚ ନିଆଯାଉଛି । ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ହେତୁ ପାଠପଢ଼ା ହେଉନାହିଁ ବୋଲି ସେ କହିଥିଲେ ।
ପୋସ୍କୋ,ମିତ୍ତଲ ପରି ବଡ଼ ବଡ଼ ଶିଳ୍ପମାନଙ୍କୁ ଜମି ନଦିଆଯିବା ଫଳରେ ସେମାନେ ଓଡ଼ିଶା ଛାଡ଼ି ପଳେଇଯାଇଛନ୍ତି । ଏବେ ଓଡ଼ିଶାକୁ ନୂଆ ଶିଳ୍ପ ଆସିବାର ସମ୍ଭାବନା ମଉଳିଯାଉଛି । ସେଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକମାନେ ଦାଦନ ଖଟିବା ପଇଁ ଓଡ଼ିଶା ବାହାରକୁ ପଳାୟନ କରୁଛନ୍ତି । ଉକ୍ରଳ ଭାରତ ବଡ଼ ବଡ଼ ଶିଳ୍ପମାନଙ୍କୁ ଓଡ଼ିଶାରେ ପ୍ରତିଷ୍ଠିତ କରି ଓଡ଼ିଆ ଯୁବକ-ଯୁବତୀମାନଙ୍କର ଦକ୍ଷତା ବୃଦ୍ଧିକରି ଏଠାରେ ଭଲ ଦରମାର କାମ ଦେବ । ନୂଆ ଟେକ୍ନୋଲୋଜି ତଥା କୃଷି ବିଜ୍ଞାନର ପ୍ରୟୋଗ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବ । ସରକାରୀ ଅଫିସମାନଙ୍କରୁ ଲାଞ୍ଚ କାରବାର ବନ୍ଦ କରିବ । ଗରିବକୁ ମଧ୍ୟବିତ୍ତ କରିବ ବୋଲି ଉକ୍ରଳ ଭାରତର ସଭାପତି ଶ୍ରୀ ଖାରବେଳ ସ୍ୱାଇଁ କହିଛନ୍ତି ।
ଏଭଳି ପରିସ୍ଥିତିରେ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳକୁ ଗାଦିଚ୍ୟୁତ କରିବାକୁ ଉକ୍ରଳ ଭାରତ ସଂକଳ୍ପବଦ୍ଧ । ଏଥିପାଇଁ ରାଜ୍ୟର ସମଭାବାପନ୍ନ ରାଜନୈତିକ ଦଳମାନଙ୍କ ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ତେବେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଯେକୌଣସି ନିଷ୍ପତ୍ତିି ନେବା ପାଇଁ ରାଜ୍ୟ ସଭାପତି ଶ୍ରୀ ଖାରବେଳ ସ୍ୱାଇଁଙ୍କୁ ସମ୍ମିଳନୀରେ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ।
ଏହି ସମ୍ମିଳନୀରେ ଉକ୍ରଳ ଭାରତର ରାଜ୍ୟ ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ରାଜେନ୍ଦ୍ର ଦଳବେହେରା, ଶ୍ରୀମତୀ ସାବିତ୍ରୀ ମଲ୍ଲିକ, ସମ୍ପାଦକ କାମିଲୁଦ୍ଦିନ ଅହମ୍ମଦ, ଶ୍ରୀହର୍ଷ ସ୍ୱାଇଁ, ଦଳିତ ଉକ୍ରଳ ଭାରତ ସଭାପତି ଦିଲ୍ଲିପ ମଲ୍ଲିକ, ଯୁବ ସଭାପତି ଜଗଦିଶ ପ୍ରଧାନ, ନାରୀ ଉକ୍ରଳ ଭାରତ ସଭାପତି ସାବିତ୍ରୀ ଜେନା, ବିଦ୍ୟାର୍ଥୀ ଉକ୍ରଳ ଭାରତ ସଭାପତି ପ୍ରତ୍ୟୁଷ ନାୟକ ଓ ପ୍ରମୁଖ ସେମାନଙ୍କର ମତ ରଖିଥିଲେ । ସେହିପରି ଦଳର ବିଭିନ୍ନ ଜିଲ୍ଲା ସଭାପତି ଓ ବ୍ଲକଲ ସଭାପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।