OnaKhabar

କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କ କ୍ଷେଦୋକ୍ତି

57

ଭୁବନେଶ୍ୱର: ବିଜେଡିରେ ଟିକେଟ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ଟିକେଟ ଆଶାୟୀ ହତାଶ ହେବା ପରେ ଦଳ ଛାଡିବାରେ ଲାଗିଛନ୍ତି । ଏଥିରେ ସାଂସଦ, ବିଧାୟକ ଓ ଦଳୀୟକର୍ମକର୍ତ୍ତା ଅଛନ୍ତି । ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଟିକେଟ ନପାଇବା ପେର ନୟାଗଡ ବିଧାନସଭାରୁ ଲଢିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଠାରେ ଟିକେଟ ନମିଳିଲେ ଦଳ ଛାଡିବେ ବୋଲ୍ି କହିଛନ୍ତି । ଅନ୍ୟତମ ସାଂସଦ ଆର୍କକେଶରୀ ସିଂହଦେଓ ଟିକେଟ ନ ପାଇବ ପରେ ସେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅର୍କ କହିଛନ୍ତି ଯେ, ମୋତେ ଓ ମୋ ପତ୍ନୀଙ୍କୁ ଡାକି ଆଲୋଚନା କଲେ । କିଛି ନ ଜଣାଇ ଟିକେଟ କାଟି ଅନ୍ୟ ଲୋକଙ୍କୁ ଦେଲେ । ସଙ୍ଗଠନ ପାଇଁ କାମ କରିବାକୁ ସ୍ପଷ୍ଟ ଭାବେ କହିଥାଇପାରିଥାନ୍ତେ । ଏସବୁ ବିଶ୍ୱାସ ଘାତକ କଲା ଭଳି କାର୍ଯ୍ୟ କହିଲେ ଅର୍କ । ବିରୋଧ କରୁଥିବା ଲୋକଙ୍କୁ ବିଜେଡି ଟିକେଟ ମିଳିଛି । ଦିନକ ଆଗରୁ ଯୋଗଦେଇଥିବା ଲୋକଙ୍କୁ ବକ୍ଟିକେଟ ମିଳିଛି । ଏସବୁ ନେଇ ମୁଁ ସ୍ପଷ୍ଟୀକରଣ ମାଗିଥିବା ଅର୍କ କହିଛନ୍ତି ।

https://www.onakhabar.com/prafula-ghadei-get-bjd-ticket/