OnaKhabar

ଅଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

92

ଗୋଆ(ଓଏନଏ) :ରବିବାର ପରଲୋକ ଗମନ କରିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅପରାହ୍ନ ୫ଟାରେ ଏସଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପାରିକରଙ୍କୁ ବିଦାୟ ଦିଆଯିବ । ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଗୋଆରେ ୭ଦିନିଆ ଶୋକ ପାଳନ କରାଯିବାକୁ ଘୋଷଣା ମଧ୍ୟ କରାଯାଇଛି । ଏଥିସହ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅଦ୍ଧମକିତ ରହିବ ।
ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ପୂର୍ବାହ୍ନରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମରଶରୀର ରଖାଯିବ । ପରେ କଳା ଏକାଡେମୀକୁ ଶୋଭାଯାତ୍ରାରେ ପାରିକରଙ୍କ ପାର୍ଥିବ ଶରୀର ନିଆଯିବ । ସେଠାରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ଯାଏ ଜନସାଧାରଣ ଶେଷ ଦର୍ଶନ କରିବେ । ଏହା ପାରେ ଶେଷକୃତ୍ୟ ପାଇଁ ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହେବ । ପରିକରଙ୍କ ମରଶରୀରକୁ ଏସଏଜି ଗ୍ରାଉଣ୍ଡକୁ ନିଆଯିବା ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ ।
ଅନ୍ୟପଟେ ପାରିକରଙ୍କ ବିୟୋଗରେ ସାରା ଦେଶ ମର୍ମାମହ ହୋଇଛି । ମୁତ୍ୟୁ ବେଳକୁ ପାରିକରଙ୍କୁ ୬୩ ବର୍ଷ ହୋଇଥିଲା । ଦୀର୍ଘଦିନ ହେଲା ସେ ପାନକ୍ରିୟାଟିକ କର୍କଟରେ ପୀଡ଼ିତ ଥିଲେ । କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ହୋଇଥିଲା । ପାରିକରଙ୍କ ବିୟୋଗରେ ଆଜି ବିଜେପି ଲୋସଭା ନିର୍ବାଚନକୁ ନେଇ ବସିବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ ରଦ୍ଦ କରିବା ସହ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି ।

https://www.onakhabar.com/ex-mp-baishnab-parida-dead/