OnaKhabar

ପିଲାଙ୍କୁ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

0 12

ଭୁବନେଶ୍ୱର: ମ୍ୟାଲେରିଆ ଗୋଟିଏ ଜଟିଳ ରୋଗ । ବିଶେଷକରି ୫- ୬ ବର୍ଷର ଛୋଟ ପିଲାଙ୍କ ପାଇଁ ଏହା ଘାତକ ହୋଇପାରେ । କିନ୍ତୁ ଏଭଳି ଏକ ଡ୍ରଗ ବା ଇଞ୍ଜେକସନ ରହିଛି, ଯାହା ସାହାଯ୍ୟରେ ପିଲାଙ୍କ ମ୍ୟାଲେରିଆ ରୋଗକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଏହି ଡ୍ରଗର ନାମ ଆଇବରମ୍ୟାକ୍ଟିନ । ପରୀକ୍ଷଣ ସମୟରେ ଦେଖିବାକୁ ମିଳିଥିଲା, ଯଦି ଏହି ଡ୍ରଗକୁ ମ୍ୟାଲେରିଆ ରୋଗ ସମୟରେ ପ୍ରତି ତିନି ସପ୍ତାହରେ ଥରେ ଶରୀରରେ ଦିଆଯାଏ ତେବେ ମ୍ୟାଲେରିଆ ମାମଲାରେ ବହୁଳ ଭାବେ ହ୍ରାସ ଆସିପାରେ । ଦି’ ଲାସେଞ୍ଜ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣାର ରିପୋର୍ଟରେ କଲରାଡୋ ଷ୍ଟେଟ ୟୁନିଭର୍ସିଟିର ଗବେଷକ ବ୍ରାୟନ ଡି ଫଏ କହିଛନ୍ତି, ଆଇବରମ୍ୟାକ୍ଟିନ୍ ମ୍ୟାଲେରିଆକୁ ଶରୀରରେ ବଢ଼ିବାକୁ ଦେଇ ନ ଥାଏ । ଏହା ବ୍ୟକ୍ତିର ରକ୍ତକୁ ଏଭଳି ଭାବେ ଘାତକ କରିଦିଏ, ଯଦି ମଶା ମଣିଷକୁ କାମୁଡ଼େ ତେବେ ତା’ର ମୃତ୍ୟୁ ସୁନିଶ୍ଚିତ । ଏହି କାରଣରୁ ଅନ୍ୟ ଲୋକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍ ହୋଇଥାଏ । ସାଧାରଣଭାବେ ଆଇବରମ୍ୟାକ୍ଟିନର ବ୍ୟବହାର ରିଭର ବ୍ଲାଇଣ୍ଡନେସରୁ ନେଇ କାଛୁ, କୁଣ୍ଡିଆ ଯୋଗୁ ହେଉଥିବା ପାରାସାଇଟ ସଂକ୍ରମଣର ଚିକିତ୍ସା ମଧ୍ୟ କରାଯାଇଥାଏ । ଏହି ଗବେଷଣା ପାଇଁ ଗବେଷକ ଦଳ ୧୮ ସପ୍ତାହର ପରୀକ୍ଷଣ ମାଧ୍ୟମରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବାକୁ ଖାସ୍ ଆଇବରମ୍ୟାକ୍ଟିନ୍ର ପ୍ରକ୍ରିୟାକୁ ଦୋହରାଇଥିଲେ । ଗବେଷଣାରେ ୨୭୦୦ ଲୋକଙ୍କୁ ସାମିଲ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ପଶ୍ଚିମ ଆଫ୍ରିକାର ବୁର୍କିନା ଫାସୋର ୫୯୦ ଶିଶୁଙ୍କୁ ସାମିଲ କରାଯାଇଥିଲା ।

https://www.onakhabar.com/drinking-too-much-water-can-be-harmful/

Leave A Reply

Your email address will not be published.