OnaKhabar

୨୪ ଘଣ୍ଟା ପର୍ଯ୍ୟନ୍ତ କାଳମୈଶାଖୀ ବର୍ଷାର ଆଶଙ୍କା

54

ଭୁବନେଶ୍ୱର(ଓଏନଏ) :ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ କେନ୍ଦୁଝର, ବରଗଡ଼ରୁ ବାଲେଶ୍ୱର ସବୁସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି ।କେତୋଟି ସ୍ଥାନରେ ୩୦ମିମିରୁ ଅଧିକ ବର୍ଷା ମଧ୍ୟ ହୋଇପାରେ ।
ସୂଚନାନଚଯାୟୀ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେ ପକ୍ଷରୁ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ଅନୁଗୁଳ, ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହାସହ କଟକ, କେନ୍ଦ୍ରପଡ଼ା, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ଝଡ଼ବର୍ଷା,ବଜ୍ରପାତ କାରଣରୁ ୩ ରୁ ୫ଘଣ୍ଟା ବ୍ୟବଧାନରେ ସତର୍କସୂଚନା ଜାରି କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି କୁହାଯାଇଛି ।

https://www.onakhabar.com/tomorrow-heavy-rain/