OnaKhabar

ବିଜେପିରେ ଯୋଗଦେଲେ ପ୍ରକାଶ ବେହେରା

0 15

ଭୁବନେଶ୍ୱର: ଶେଷରେ ବିଜେପିରେ ଯୋଗ ଦେଲେ ପ୍ରକାଶ ବେହେରା | ଆଜି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାଲେପୁର ବିଧାୟକ ପ୍ରକାଶ ବେହେରା ଯୋଗଦେଇଛନ୍ତି । ସେ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ଅଣଦେଖା କରୁଥିବା ନିଜ ଇସ୍ତଫା ପତ୍ରରେ ସୂଚନା ଦେଇଥିଲେ । ଆଜି ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରକାଶ ପଦ୍ମ ଧରିଛନ୍ତି । ସେ ଦଳର ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ପ୍ରଭାରୀ ଅରୁଣ ସିଂ ଓ ବିଧାୟକ ଦଳ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ କି, ଗତକାଲି ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏପରିକି ସେ ୨୦ବର୍ଷର ସଂପର୍କ ଛିନ୍ନ କରିଥିବା ପ୍ରକାଶ କରିବା ସହ ନିଜ ଇସ୍ତଫା ପତ୍ରକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ |

https://www.onakhabar.com/prakash-leave-congress/

 

Leave A Reply

Your email address will not be published.